ଓଡ଼ିଶା

ବାଣପୁରକୁ ନୂତନ ସବ୍ଡିଭିଜନ ମାନ୍ୟତା ଘୋଷଣାର ଆନ୍ଦୋଳନକୁ ସମର୍ଥନ ଜଣାଇଲା ବିଜେପି

ଭୁବନେଶ୍ୱର, ତା ୦୨/୦୬ (ଓଡ଼ିଆ ପୁଅ) : ଐତିହାସିକ ଓ ଭୌଗଳିକ ପୃଷ୍ଠଭୂମି ଦୃଷ୍ଟିରୁ ଖୋର୍ଦ୍ଧା ଜିଲ୍ଲାର ବାଣପୁରକୁ ସବ୍ଡିଭିଜନ ମାନ୍ୟତା ମିଳିବା ଆବଶ୍ୟକ। ଏହାର ପ୍ରତିବାଦ ସ୍ୱରୂପ ନୂତନ ସବ୍ଡିଭିଜନ ଗଠନ ପାଇଁ ବାଣପୁର ଅଂଚଳର ବୁଦ୍ଧିଜୀବି, ଓକିଲ, ଶିକ୍ଷକ, ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ପର୍ଯ୍ୟନ୍ତ ଏକ ଜାଗରଣ ଆରମ୍ଭ ହୋଇଛି। ଏଥିପାଇଁ ଜୁନ୍ ୩ ତାରିଖ ଦିନ ଏକ ବିରାଟ ପ୍ରସ୍ତୁତି ସଭା ଆରମ୍ଭ ହେଉଛି ଏବଂ ଆଗାମୀ ଦିନରେ ଏକ ବ୍ୟାପକ ଜନ ଆନ୍ଦୋଳନ ପାଇଁ ଅସନ୍ତୋଷର ନିଆଁ ଜଳିବା ଆରମ୍ଭ ହୋଇଛି।

ବାଣପୁର ଅଂଚଳର ଏହି ନ୍ୟାର୍ଯ୍ୟ ଦାବିକୁ ଏବଂ ଏହି ଅଂଚଳର ସମ୍ମାନର ଲଢେଇକୁ ଯଥାର୍ଥ ବୋଲି ଭାରତୀୟ ଜନତା ପାର୍ଟି ତରଫରୁ ଅଭିହିତ କରାଯାଇଛି। ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥୀରାଜ ହରିଚନ୍ଦନ ଏହି ଆନ୍ଦୋଳନର ଆବାହକ ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ ଓ ମହେଶ୍ୱର ଜେନାଙ୍କୁ ଭେଟି ଏହି ଉଦ୍ୟମରେ ବିଜେପିର ସଂପୂର୍ଣ୍ଣ ସମର୍ଥନ ରହିବ ବୋଲି ଜଣାଇଥିଲେ। ବାଣପୁରକୁ ନୂତନ ସବ୍ଡିଭିଜନ ଘୋଷଣା ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ଆନ୍ଦୋଳନକୁ ବିଜେପି ସକ୍ରିୟତା ସହ ସମର୍ଥନ କରିବ ବୋଲି ଶ୍ରୀ ହରିଚନ୍ଦନ ଘୋଷଣା କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top