ଓଡ଼ିଶା

ବାଡ ଖାଉଛି କ୍ଷେତ , ପାଟଣା ବନବିଭାଗ – କାଠ ମାଫିଆ ମଧୁଚନ୍ଦ୍ରିକା ପଦାରେ ପଡ଼ିଲା, ବନ କର୍ମଚାରୀ ଘରୁ ଲକ୍ଷାଧିକ ଟଙ୍କାର କାଠ ଜବତ

ପାଟଣା,ତା୩୦/୦୩(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲାର ପାଟଣା ବନବିଭାଗ ଓ କାଠମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଦୀର୍ଘବର୍ଷ ହେଲା ଥିବାରୁ ପାଟଣା ବନାଞ୍ଚଳ ବୃକ୍ଷଶୂନ୍ୟ ହେବାକୁ ବସିଛି । ବାଡ଼ କ୍ଷେତ ଖାଇବା ଭଳି ଘଟଣାରେ ଖୋଦ୍ ବନବିଭାଗ ପର୍ଦ୍ଧାଫାଶ କରିବା ଲଜ୍ଜାଜନକ ବିଷୟ । ବନବିଭାଗର ମୋବାଇଲ ସ୍କ୍ୱାଡ ଓ ପୋଲିସ ମିଳିତ ଚଢ଼ାଉ ରେ ଭାଲୁଘର ଗ୍ରାମର ଦୁଇଜଣକ ଘରୁ ମୂଲ୍ୟବାନ ଶାଗୁଆନ ଗଡ଼ ଓ ପଟ୍ଟା ସହ ତଣ୍ଡ ଗ୍ରାମରେ ବନବିଭାଗର ଜଣେ ୱାଚ୍ମ୍ୟାନଙ୍କ ଘରୁ ଗହ୍ମାରୀ କାଠ ଜବତ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦୁଝରରୁ ବନବିଭାଗର ମୋବାଇଲ ସ୍କ୍ୱାର୍ଡ ଡେପୁଟି ରେଞ୍ଜର ପ୍ରଦୀପ କୁମାର ପୃଷ୍ଟି କେନ୍ଦୁଝରରୁ ପୁଲିସ ଅଧିକାରୀଙ୍କୁ ନେଇ ପାଟଣା ବନାଞ୍ଚଳ ତଥା ପାଟଣା ବ୍ଲକ ଅନ୍ତର୍ଗତ ଭାଲୁଘର ଓ ତଣ୍ଡ ଗ୍ରାମରେ ଚଢ଼ଉ କରିଥିଲେ । ପାଟଣା ବନବିଭାଗର ପାରାଷ୍ଟାଫ୍ ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ମହାନ୍ତଙ୍କ ଘରୁ ୩ଟି ଶାଗୁଆନ ଚୌକାଠ ବନବିଭାଗ ଜବତ କରିଛି । ସେହିପରି ତଣ୍ଡ ଗ୍ରାମର ବାସିନ୍ଦା ତଥା ବନବିଭାଗର ଉନ୍ନୟନ କାର୍ଯ୍ୟରେ ୱାଚମ୍ୟାନ୍ ଭାବେ କାର୍ଯ୍ୟ କରୁଥିବା କୈଳାସ ମହାନ୍ତଙ୍କ ଘରୁ ଗହ୍ମାରୀ କାଠ ଜବତ କରି ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ନେଇ ମାପଚୁପ କରିଛନ୍ତି । ଜବତ କାଠଗୁଡ଼ିକ ଖୋଲା ବଜାରରେ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏନେଇ ପାଟଣା ରେଞ୍ଜର ମୁକ୍ତିକାନ୍ତ ରାୟ ମହାପାତ୍ରଙ୍କୁ ପଚାରିବାରୁ ଢେଙ୍କିକୋଟ-ପାଟଣା ରାସ୍ତା ପ୍ରଶସ୍ତିକରଣରେ ପାରାଷ୍ଟାଫଙ୍କ ଶାଗୁଆନ ଗଛ କାଟିବାକୁ ପଡ଼ିଥିଲା । ତଣ୍ଡ ଗ୍ରାମରେ ଝିଅ ବାହାଘର ପାଇଁ ଗହ୍ମାରୀ ଗଛ କଟାଯାଇଥିଲେ ମଧ୍ୟ ବନବିଭାଗକୁ ଖବର ଦିଆଯାଇନଥିଲା ବୋଲି କହିଥିଲେ । ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ ସତ୍ତ୍ଵେ ଏହା ଲକ୍ଷେ ଟଙ୍କାର ହେବ ନାହିଁ ଓ ମାପୁଚପ ଚାଲିଥିବା କହି ଘଟଣାକୁ ଏଡାଇ ଦେଇଛନ୍ତି । ତେବେ ଘଟଣାରେ ସଂପୃକ୍ତି କର୍ମଚାରୀଙ୍କୁ ସୁରକ୍ଷା ଦେବାପାଇଁ ସେମାନଙ୍କ ସମ୍ପର୍କୀୟକ ନାମରେ କେଶ ଗଡାଇ ଦେବାପାଇଁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top