ବାଡାମଗୁଡା ସେବାଶ୍ରମରେ ଶିକ୍ଷକ ଅଭାବ – ଜଣେ ଶିକ୍ଷକରେ ଚାଲିଛି ସେବାଶ୍ରମ

କୋରାପୁଟ ୧୩-୦୭-୧୭ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦଶମନ୍ତପୁର ବ୍ଲକର ବାଡାମଗୁଡା ସେବାଶ୍ରମରେ ଶିକ୍ଷକ ଅଭାବ ଦେଖାଦେଇଥିବା ବେଳେ ଜଣେ ଶିକ୍ଷକରେ ସେବାଶ୍ରମ ଚାଲୁଥିବା ଜଣାପଡିଛି। ସମୁଦାୟ ୧୮୫ ଜଣ ଛାତ୍ରଛାତ୍ରୀ ସେବାଶ୍ରମରେ ରହୁଥିବା ବେଳେ ଜଣେ ମାତ୍ର ଶିକ୍ଷକ ଚିତ ରଂଜନ ନାୟକ ରହି ପାଠପଢା ସହିତ ହଷ୍ଟେଲର ଦାୟିତ୍ୱ କିପରି ବୁଝିଥିବେ ତାହା ସାଧାରଣରେ ପ୍ରଶ୍ନ ଉଠୁଛି। ସୂଚନାଯୋଗ୍ୟ ଯେ ବାଡାମଗୁଡା ସେବାଶ୍ରମର ଜଣେ ଛାତ୍ର ମୃତ୍ୟୁ ହେବା ପରେ ଅବହେଳା ଅଭିଯୋଗରେ ପ୍ରଧାନଶିକ୍ଷୟତ୍ରୀ ଓ ଜଣେ ସହକାରୀ ଶିକ୍ଷକଙ୍କୁ ଜିଲ୍ଲାପ୍ରଶାସନ ନିଳମ୍ବିତ କରିଥିଲେ।ଚାଉଗାଁର ଜଣେ ଶିକ୍ଷୟତ୍ରୀଙ୍କୁ ଡେପୁଟେସନରେ ଉକ୍ତ ସେବାଶ୍ରମରେ ଯୋଗଦେବାକୁ ବିଭାଗ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ସେ ଏବେ ଛୁଟିରେ ରହିଥିବାରୁ ବାଡାମପୁଟ ସେବାଶ୍ରମରେ ଜଣେ ମାତ୍ର ଶିକ୍ଷକ ରହି କାର୍ଯ୍ୟକରୁଥିବା ଜଣାପଡିଛି।କୋରାପୁଟ ଜିଲ୍ଲାରେ ନୂତନଭାବେ ଯୋଗଦେଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ଜଗନ୍ନାଥ ସୋରେନଙ୍କୁ ପଚାରିବାରେ ସେ କହିଥିଲେ ଯେ ଜିଲ୍ଲା ପ୍ରଶାସନ ତରଫରୁ ଆଉ ଜଣେ ଶିକ୍ଷକଙ୍କୁ ସେହି ସେବାଶ୍ରମରେ ଡେପୁଟେସନରେ ରଖାଯିବ।

Leave a Reply

Your email address will not be published. Required fields are marked *