ଜିଲ୍ଲା ପରିକ୍ରମା

ବାଜ୍ପାୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ସନ୍ଧ୍ୟା ୫ଟା ୫ ମିନିଟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜ୍ପାୟୀଙ୍କ ପରଲୋକ ହୋଇ ଯାଇଛି । ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଭଦ୍ରକ ବିଜେପି ପକ୍ଷରୁ ପୂର୍ବତନ ରାଜ୍ୟ ସମ୍ପାଦକ ତୁଷାରକାନ୍ତି ଜେନାଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା ସହର ପରିକ୍ରମା କରିଛି । ଭଦ୍ରକ ନୂଆ ବସ୍ଷ୍ଟାଣ୍ଡରୁ ବିଜେପି କର୍ମୀମାନେ ହାତରେ ମହମବତୀ ଧରି ରାଜଘାଟ ଛକ, ନୂଆବଜାର, କଚେରୀବଜାର, ଅପର୍ତ୍ତିବିନ୍ଧାଛକ ହୋଇ ବନ୍ଥଛକଠାରେ ପହଞ୍ଚିଥିଲେ । ସେଠାରେ ବାଜପାୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଏକ ପଥପ୍ରାନ୍ତ ଶ୍ରଦ୍ଧାଞ୍ଜଳୀ ସଭା କରାଯାଇ ବାଜ୍ପାୟୀଙ୍କ ଗୁଣଗାନ କରାଯିବା ସହ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହି ମହମବତୀ ଶୋଭାଯାତ୍ରାରେ ଶ୍ରୀ ଜେନାଙ୍କ ସହ ରାଜ୍ୟ କୃଷ୍କମୋର୍ଚ୍ଚା ସଂଯୋଜକ ରଘୁନାଥ ସାହୁ, ଜିଲ୍ଳା କୃଷକମୋର୍ଚ୍ଚା ସାଧାରଣ ସମ୍ପାଦକ ଅଲେଖ ଦାସ, ଉପସଭାପତି ଶରତ ଜେନା, ଗତିକୃଷ୍ଣ ମହାନ୍ତି, ବିଜୟ ସାହୁ, ଘାଉଲୀ ଜେନା, କାହ୍ନୁ ଚରଣ ବାରିକ, ଶ୍ରବଣ ପତି, ଲକ୍ଷ୍ମୀଧର ରାଉତ, ମୁକ୍ତିକାନ୍ତ ବାରିକ, ରବି ବେହେରା, ରାଜୀବ ଦାସ, ଏନାମୁଲ ହକ୍, ଦେବରାଜ ପାତ୍ର, ପ୍ରଫୁଲ୍ଲ ସାହୁ ପ୍ରମୁଖ ସାମିଲ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top