ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ମହାନ ରାଷ୍ଟ୍ରନାୟକ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଅଟଳ ବିହାରୀ ବାଜପେୟୀ ସ୍ମୃତି ସଂସଦ, ଭଦ୍ରକ ତରଫରୁ ଅନୁଷ୍ଠିତ ହୋଇଯାଇଛି। ୯ଟି ହାଇସ୍କୁଲର ୫୮ଜଣ ପ୍ରତିଯୋଗୀ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ତପସ୍ୱିନୀ ଦାସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଳେ। ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଅଟଳଜୀ ଜଣେ ନିଷ୍ଠାବାନ ଓ କର୍ତ୍ତବ୍ୟନିଷ୍ଠ ମହାପୁରୁଷ ଥିଲେ। ତାଙ୍କର ଜୀବନୀ ସମଗ୍ର ଭାରତର ଯୁବ ଓ ଛାତ୍ରମାନଙ୍କୁ ପ୍ରେରଣା ପ୍ରଦାନ କରିବ। ଦଳ ମତ ନିର୍ବିଶେଷର ଅଟଳଜୀଙ୍କୁ ସମସ୍ତେ ଶ୍ରଦ୍ଧା ଓ ସମ୍ମାନ କରନ୍ତି। ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ସଂସଦର ବରିଷ୍ଠ ସଦସ୍ୟ ପାରିଷଦ ଶରତ ପଢିଆରୀ, ସମାଜସେବୀ ଡ. ପ୍ରଦିପ ନାୟକ, ବଜରଙ୍ଗ ଦଳ ରାଜ୍ୟ ସଂଯୋଜକ ମାନସ ମହାନ୍ତି, ଭାଜପା ନେତା ଅମ୍ବିକା ଦାସ, ପ୍ରଭାତ କୁମାର ଜେନା, ବିଦ୍ୟାଧର ସାହୁ, ତପନ ମହାନ୍ତି, ବିକାଶ ପାଢୀ, ପ୍ରିୟନାଥ ଧଳ, ଆନନ୍ଦ ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ସଂଗଠକ ସ୍ୱାଧୀନ ସୁନ୍ଦର ଦାସ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ଦେବାଶିଷ ଗ୍ରହାଚାର୍ଯ୍ୟ, ପ୍ରଶାନ୍ତ ମଲିକ, ଅମରେଶ ଜେନା, ସୌମ୍ୟାଶ୍ରୀ ଜେନା, ଧନଞ୍ଜୟ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ ପ୍ରତିଯୋଗୀ ଏବଂ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତାକାଲି ଶହୀଦ ସ୍ମୃତି ଭବନରେ ଅନୁଷ୍ଠିତ ସର୍ବଦଳୀୟ, ସାର୍ବଜନୀନ ଶ୍ରଦ୍ଧାଞ୍ଜଳି ସଭାରେ ସମ୍ମାନିତ କରାଯିବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *