Home ଓଡ଼ିଶା ବାଜପେୟୀଙ୍କ ମୃତ୍ୟୁର ଆଗୁଆ ସନ୍ଦେଶ!ଧନ୍ୟରେ ବିଜେପି କାର୍ଯ୍ୟକର୍ତ୍ତା

ବାଜପେୟୀଙ୍କ ମୃତ୍ୟୁର ଆଗୁଆ ସନ୍ଦେଶ!ଧନ୍ୟରେ ବିଜେପି କାର୍ଯ୍ୟକର୍ତ୍ତା

112

ଭୁବନେଶ୍ୱର(ଦେବଦତ୍ତ ରଥ):ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ହୋଇଯାଇଛି।ତାଙ୍କ ବିୟୋଗରେ ସାରା ଭାରତରେ ଶୋକର ଛାୟା ଖେଳି ଯାଇଛି।ଦୀର୍ଘ ୯ ସପ୍ତାହ ହେଲା ଅସୁସ୍ଥ ଥିବା ବାଜପେୟୀ ଏମ୍ସ ପକ୍ଷରୁ ଜାରି ମେଡିକାଲ ବୁଲେଟିନ ଅନୁଯାୟୀ ୧୬ ଅଗଷ୍ଟ ଅପରାହ୍ନ ୫ଟା ୫ ସମୟରେ ମୃତ୍ୟୁ ବରଣ କଲେ।ତେବେ ପୂର୍ବରୁ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ବିଗିଡ଼ି ଯାଇଥିଲା।ଏବଂ ତାଙ୍କୁ ଲାଇଫ ସପର୍ଟ ସିଷ୍ଟମରେ ରଖା ଯାଇଥିଲା।

ଲାଇଫ ସପର୍ଟ ସିଷ୍ଟମରେ ରହିବା ଜଣାପଡ଼ିବା ପରେ ବାଜପେୟୀଙ୍କୁ ନେଇ ଏହିପରି କିଛି ଆଶଙ୍କା ହୁଏତ ପ୍ରକାଶ ପାଉଥିଲା।କିନ୍ତୁ କିଛି ବିଜେପି କାର୍ଯ୍ୟକର୍ତ୍ତା ସତେ ଯେପରି ବାଜପେୟୀଙ୍କ ମୃତ୍ୟୁ ସନ୍ଦେଶ ଜଣାଇବା ପାଇଁ ବ୍ୟାକୁଳ ହୋଇ ରହିଥିଲେ।ମୂଳଠାରୁ ଡାଳ ଯାଏଁ,ସୋସିଆଲ ମିଡିଆରେ କେବଳ ପ୍ରଚାର ପ୍ରସାରରେ ସବୁବେଳେ ମାତି ରହୁଥିବା କିଛି ବିଜେପି କାର୍ଯ୍ୟକର୍ତ୍ତା/ନେତା ବା ନେତ୍ରୀ ଏମ୍ସ ପକ୍ଷରୁ ଜାରି ବୁଲେଟିନ ପୂର୍ବରୁ ତଥା ଏମ୍ସ ପକ୍ଷରୁ ଜାରି କରାଯାଇଥିବା ସମୟ ୫ଟା ୫ର ଯଥେଷ୍ଟ ପୂର୍ବରୁ ବାଜପେୟୀଙ୍କ ମୃତ୍ୟୁ ଖବର ପ୍ରଚାରିତ କରି ସାରିଥିଲେ।ସାଙ୍ଗଠନ କାମରେ ନୁହେଁ କେବଳ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର ପାଇଁ ବ୍ୟାକୁଳ ହୋଇ ରହୁଥିବା ବିଜେପିର କିଛି କାର୍ଯ୍ୟକର୍ତ୍ତା ବାଜପେୟୀଜୀଙ୍କ ବିୟୋଗ ଖବରରେ ବୋଧେ ଯେତିକି ବିଚଳିତ,ଦୁଃଖିତ ନଥିଲେ,ଖବର ପ୍ରଚାର କରାଇବା ପାଇଁ ବୋଧେ ଅଧିକ ବ୍ୟାକୁଳ ହୋଇ ରହିଥିଲେ।ଧନ୍ୟରେ ବିଜେପିର ସେହି ନେତା/କାର୍ଯ୍ୟକର୍ତ୍ତା,,ତୁମ ବିଚାରଧାରାକୁ…

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.