କେନ୍ଦୁଝର

ବାଜପେୟୀଙ୍କ ବିୟୋଗରେ ଭାଜପା ତରଫରୁ ସ୍ମୃତି ସଭା

ତୁରୁମୁଙ୍ଗା ୧୮-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ଲୋକପ୍ରିୟ ନେତା ଅନନ୍ୟ ପ୍ରତିଭାର ଅଧିକାରୀ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ତୁରୁମୁଙ୍ଗା ବଜାର ଓ କେନ୍ଦେଇପଶିଠାରେ ବାଜପେୟୀଙ୍କ ଅମର ଆତ୍ମାର ଶାନ୍ତି ବିଧାନ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ତୁରୁମୁଙ୍ଗା ଠାରେ ମଣ୍ଡଳ ସଭାପତି ସୁରେନ୍ଦ୍ର ମହାନ୍ତ ନେତୃତ୍ୱରେ ସମାଜ ସେବୀ ଅଖିଳ ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମହିଳା ମୋର୍ଚ୍ଚା ସଭାପତି ଉର୍ମିଳା ପାତ୍ର ଯୁବମୋର୍ଚା ସଭାପତି ଅଭିନାଶ ନାଏକ, ଜିଲ୍ଲା କାର୍ଯ୍ୟକାରି ସଦସ୍ୟ ବ୍ରଜମୋହନ ସାହୁଙ୍କ ସମେତ କର୍ମୀ ରଜନୀକାନ୍ତ ମିଶ୍ର, ଯଦୁମଣି ପାତ୍ର, ବାବୁଲି ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ସେହିପରି କେନ୍ଦେଇପଶି ଠାରେ ନିତ୍ୟାନନ୍ଦ ମହାପାତ୍ର, ଦିବ୍ୟଲୋଚନ ସାହୁ, ମିତ୍ରଭାନୁ ନାଏକ, ରମାକାନ୍ତ ନାଏକ ଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଫୋଟ ଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରି ଭାବପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top