ଅନୁଗୁଳ

ବାଜପେୟୀଙ୍କ ବିୟୋଗରେ ବି.ଏମ୍.ଏସ୍ ବଳରାମ ଶାଖାର ଶୋକ

ତାଳଚେର, ୨୨/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଏମ.ସି.ଏଲ୍ ବଳରାମ କୋଇଲାଖଣିର ଭାରତୀୟ ମଜଦୁର ସଂଘ ଶାଖା ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବଳରାମ ଟାଉନସିପ୍ ସ୍ଥିତ ବି.ଏମ.ଏସ୍ କାର୍ଯ୍ୟାଳୟ ପରିସରରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଶାଖା ସମ୍ପାଦକ ଶ୍ରୀନିବାସ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରା ଯାଇଥିଲା। ଏହି ଅବସରରେ ଉପସ୍ଥିତ ସଦସ୍ୟମାନେ ରାଷ୍ଟ୍ରନେତା ବାଜପେୟୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ କରିବା ସହ ମାଲ୍ୟାର୍ପଣ କରିଥିଲେ। ଶ୍ରମିକ ନେତା ଶରତ ସାହୁ ବାଜପେୟୀଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କର ନିର୍ଭିକତା ଓ ଅନନ୍ୟ ଦେଶପ୍ରେମ ପାଇଁ ସେ ଜନତାଙ୍କ ହୃଦୟରେ ସଦାସର୍ବଦା ଜାଜୁଲ୍ୟମାନ ହୋଇ ରହିବେ ବୋଲି ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରଜନୀକାନ୍ତ ସାହୁ, ନୃସିଙ୍ଗ ସାହୁ, ସି.ପି.ବି.ଠାକୁର, ବିରଂଚି ସାହୁ, ସୁଜନ ସାହୁ, ପ୍ରଶାନ୍ତ ସାହୁ, ସୁଧାକର ସାହୁ, ରୂପକ କର୍ମକାର, ମଙ୍ଗୁଳୁ ସାହୁ, ଚନ୍ଦ୍ରମଣି ନାୟକ, ସୁବାଷ ସ୍ୱାଇଁ, ସାଗର ପ୍ରଧାନ ପ୍ରମୁଖଙ୍କ ସହ ବହୁ ସଦସ୍ୟ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top