ଜିଲ୍ଲା ପରିକ୍ରମା

ବାଜପେୟୀଙ୍କୁ ଦିଆଗଲା ମିଳିତ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର, ୧/୯ (ଓଡ଼ିଆ ପୁଅ) – ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସକାଶେ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ଆବାହକତ୍ୱରେ ଗୁରୁବାର ଦିନ ସ୍ଥାନୀୟ ରେଳବାଇ କମ୍ୟୁନିଟୀ ସେଣ୍ଟରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ୧୪ ଜଣ ପଣ୍ଡିତଙ୍କ ସାମୂହିକ ମନ୍ତ୍ରୋଚାର ପରେ ବିଭିନ୍ନ ବ୍ୟକ୍ତିବିଶେଷ ତଥା ସଂଗଠନର କର୍ମକର୍ତ୍ତା ବାଜପେୟୀଙ୍କ ପ୍ରତିଛବିରେ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଫୁଲ୍ଲ ହୋତା ଏବଂ ପିଙ୍କି ଶର୍ମାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଯୋଗଦେଇ ସମ୍ବଲପୁର ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର, ବିଜୁ ଜନତା ଦଳ ଜିଲ୍ଲା ସଭାପତି ଡ. ପ୍ରମୋଦ ରଥ, ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, କଂଗ୍ରେସ ଜିଲ୍ଲା ସଭାପତି ଅଶ୍ୱିନୀ ଗୁରୁଙ୍କ ନେତୃତ୍ୱରେ ରାଜକିଶୋର ଦାସ, ଆସଫ ଅଲ୍ଲୀ ଖାନ ଏବଂ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଦଳ, ଭୀମସାରର ନିର୍ଦ୍ଦେଶକ ଡା. ଅଶ୍ୱିନୀ କୁମାର ପୂଜାହାରୀ, ଜୟବ୍ର୍ ତ ଦେ, ଜିଲ୍ଳା ଓକିଲ ସଂଘ, ପ୍ରେସକ୍ଲବ, ଓଡ଼ିଶା ସାଂସ୍କୃତିକ ସମାଜ, ସମ୍ବଲପୁର ଜିଲ୍ଳା କୃଷକ ସୁରକ୍ଷା ସଂଗଠନ, ସମ୍ବଲପୁର ଆଦିବାସୀ କଲ୍ୟାଣ ସମିତି, ଶିଖ୍ ସମାଜ, ଖ୍ରୀଷ୍ଟ ସମାଜ ଓ ଅନ୍ୟାନ୍ୟ ବହୁ ସଂଘ ତଥା ସଂଗଠନ ଏବଂ ମହିଳା ସମିତିର କର୍ମକର୍ତ୍ତାଗଣ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏ ଅବସରରେ ବାଜପେୟୀଙ୍କ ଉପରେ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯିବା ସହିତ ସାମୂହିକ ପ୍ରସାଦ ସେବନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top