ବାଙ୍ଗିରିପୋଷି -ଭୁବନେଶ୍ୱର ଟ୍ରେନରେ କଟି ଯୁବକ ମୃତ

ବାରିପଦା ୧୧/୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ଆଜି ସକାଳୁ ବାରିପଦା ସହର ସ୍ଥିତ ସୁନଗଡ଼ିଆ ଠାରେ ବାଙ୍ଗିରିପୋଷି-ଭୁବନେଶ୍ୱର ଯାଉଥିବା ଟ୍ରେନରେ କଟି ସ୍ଥାନୀୟ ଅଞ୍ଚଳର ରାଜୁ ବିଶୋଇ (୩୩) ମୃତ୍ୟୁ ବରଣ କରିଛନ୍ତି। ତାଙ୍କର ଦୁଇଟି ଗୋଡ ସମ୍ପୂର୍ଣ୍ଣ ରୂପେ କଟି ଯାଇଛି। କାଲି ରାତିରୁ ସେ ଘରୁ କେଉଁ ଆଡେ ଚାଲି ଯାଇଥିଲେ ଆଜି ସକାଳୁ ତାଙ୍କର ମୃତଦେହ ଟ୍ରେନ ଲାଇନ ଉପରେ କଟି ଥିବାର ଦେଖି ସ୍ଥାନୀୟ ଲୋକେ ତାଙ୍କ ଘରେ ଖବର ଦେଇଥିଲେ। ଫଳରେ ଏହି ରୁଟ ରେ ଟ୍ରେନ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଛି।

Leave a Reply

Your email address will not be published. Required fields are marked *