ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ଅକାଳ ମୃତ୍ୟୁ

ଖଇରା/ ବାଲେଶ୍ୱର, ୦୨/୦୧/୨୦୧୮(ଓଡ଼ିଆ ପୁଅ/ ନରେନ୍ଦ୍ର ବେହେରା)- ବାଲେଶ୍ୱର ଜିଲ୍ଲା ଖଇରା ଥାନା ତାଳମହୁରୀ ଗ୍ରାମର ଶଙ୍କର୍ଷଣ ଦାସଙ୍କ ପୁଅ ରଞ୍ଜନ କୁମାର ଦାସ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟକରୁଥିଲେ। ଗତକାଲି ନୂତନ ବର୍ଷ ପାଳନକରି ଘରେ ଶୋଇଥିଲେ। ଆଜି ସକାଳେ ରଞ୍ଜନର ଉଠିବା ବିଳମ୍ବ ହେବାରୁ ସାଙ୍ଗମାନେ ତା’କୁ ଡାକିଥିଲେ। ସେ ନ ଉଠିବାରୁ ସଙ୍ଗେସଙ୍ଗେ ମେଡିକାଲ ନେଇଯାଇଥିଲେ। ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତ ରଞ୍ଜନ ବାପାମା’ଙ୍କର ଏକ ମାତ୍ର ପୁଅ ହୋଇଥିବାରୁ ତା’ର ମୃତ୍ୟୁର କାରଣ ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *