ବାଙ୍ଗାଲୋରରେ ଓଡିଆ ଯୁବକର ସନ୍ଦେହଜନକ ମୃତ

ଯାଜପୁର, ୨୪-୨ (ଓଡିଆ ପୁଅ/ମାନସ ରାଉତ)-କୌଣସି କାରଣରୁ ବାଙ୍ଗାଲୋରରେ ଓଡିଆ ଯୁବକର ସନ୍ଦେହଜନକ ମୃତ୍ୟୁ ହେବାର ୪ ଦିନପରେ ମୃତଦେହ ନିଜ ଘରେ ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ପାଲଟିଥିବା ଯାଜପୁର ଜିଲା ବଡଚଣା ବ୍ଳକ ବନ୍ତଳା ପଞ୍ଚାୟତ ଠେଙ୍ଗଡ ଗ୍ରାମର କ୍ଷୀରୋଦ ମହାରଣାଙ୍କ ପୁଅ ମାନସ(୨୫) ୪/୫ ବର୍ଷ ହେବ ବାଙ୍ଗାଲୋରର, କ ଘରୋଇ କମ୍ପାନୀରେ କାମ କରୁଥିଲା। ହଠାତ ମଙ୍ଗଳବାର ସକାଳେ ମାନସଙ୍କ ପରିବାରଙ୍କୁ କବର ମିଳିଲା କି ତୁମ ପୁଅ ଏକ ଦୁର୍ଘଟଣାରେ ଗୁରୁତର ହୋଇପଡିଛି, ପରେ ପରିବାର ଲୋକେ ଖବରପାଇ ତରବରିଆ ଭାବେ ବିମାନ ଯୋଗେ ବାଙ୍ଗାଲୋର ପହଞ୍ଚିଥିଲେ। ବାଙ୍ଗାଲୋର ଏକ ହୋଟେଲରେ ମାନସର ମୃତଦେହ ପୁଲିସ ଜବତ କରିବା ପରିବାର ଲୋକଙ୍କୁ କୁହାଯାଇଥିଲା। ସ୍ଥାନୀୟ ପୁଲିସ ଏକ ଅପମୃତ୍ୟୁ ମାମଲା ଦାୟର କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା। ମାନସ କାମ କରୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କ ସହଯୋଗରେ ପରିବାର ଲୋକେ ମାନସର ମୃତଦେହ ବିମାନ ଯୋଗେ ଶୁକ୍ରବାର ଭୁବନେଶ୍ୱରକୁ ଆଣିବା ପରେ ନିଜ ଘରକୁ ଆସିଥିଲେ।ମାନସର ମୃତଦେହ ଗାଁରେ ପହଞ୍ଚିବା ପରେ ଗାଁ ଲୋକାରନ୍ୟ ହୋଇପଡିଥିବା, ଜଣେ ଅମାୟୀକ ଯୁବକଭାବେ ପରିଚିତ ଥିବା ମାନସର ମୃତ୍ୟୁକୁ ଗାଁ ଲୋକେ ସହଜରେ ଗ୍ରହଣ କରିପାରୁନଥିଲେ। ଶୋକାକୂଳ ପରିବେଶରେ ମାନସକୁ ଗାଁଲୋକେ ବିଦାୟଦେଇଥିଲେ। ପ୍ରକାଶଥାଉକି ମାନସ ଜଣେ ଅମାୟୀକ ଯୁବକ ଏବଂ ସେ ୪/୫ ବର୍ଷହେବ ବାଙ୍ଗାଲୋରରେ କାମକରୁଥିଲା, ତେବେତାର ଏପରି ଆକସ୍ମିକ ମୃତ୍ୟୁ ପଛରେ କିରହସ୍ୟଅଛି ତାହା ସ୍ଥାନୀୟ ପୁଲିସର ତଦନ୍ତ ପରିସରଭୂକ୍ତ କରିବାକୁ ଗାଁଲୋକେଦାବି କରିଛନ୍ତି। ମାନସ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଏବଂ ସେ କମ୍ପାନୀ କାମରେ ବାହାରକୁ ଯାଇ ଏକ ହୋଟେଲରେ ରହୁଥିବା ବେଳେ ହୋଟେଲର ଏକ ଗୃହରେ ତାର ମୃତଦେହ ମିଳିବା ପଛରେ ରହସ୍ୟକ’ଣ ଥାଇପାରେ ବୋଲି ସ୍ଥାନୀୟଅଞ୍ଚଳରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *