ବାଘ ଚମଡ଼ା ଉଦ୍ଧାର, ଜଣେ ଅଟକ

ରାଉରକେଲା ୫-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): କୋଇଡ଼ା ବନବିଭାଗ ତରଫରୁ ଏରିଆନ ଖଣି ନିକଟରୁ ଏକ ଗାଡ଼ିରୁ ଏକ କଲରାପତରିଆ ବାଘର ଚମଡ଼ା ଉଦ୍ଧାର କରାଯାଇଛି। ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋଇଡ଼ା ବନାଚଂଳ ଅଧିକାରୀ ବୈଷ୍ଣବ ପାତ୍ର ଏବଂ ଫରେଷ୍ଟର ତୋଫାନ ତ୍ରିପାଠୀ, ତାପସ କୁମାର ଶତପଥି ଏରିଆନ ଖଣି ନିକଟରୁ ଏକ ଗାଡ଼ିରୁ ଉକ୍ତ କଲରାପତରିଆ ବାଘ ଚମଡ଼ାକୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି। ପ୍ରକାଶ ଥାଉକି, ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଏକ ପ୍ରମୁଖ ବନାଚଂଳ ଅଟୋ ଏଠାରେ ଥିବା ଜଙ୍ଗଲ ଗୁଡିକରେ ବାଘଳ ଭାଲୁ ହାତୀ ବାସ କରନ୍ତି। ମାତ୍ର କିଛି ବର୍ଷ ହେବ ଏହି ଅଂଚଳରେ ଜୀବଜନ୍ତୁ ମାନଙ୍କୁ ମାରି ଏହାର ଚମଡ଼ା ବିକ୍ରୀ କରିବା ଭଳି ଏକ ର୍ୟାକେଟ ସକ୍ରୀୟ ହୋଇଛି। ଏହି ର୍ୟାକେଟର ସଦସ୍ୟ ମାନେ ବିଭିନ୍ନ ଜନ୍ତୁଙ୍କୁ ମାରି ସେମାନଙ୍କ ଚମଡ଼ାକୁ ବଜାରରେ ଚୋରାରେ ଚଢାଦରରେ ବିକ୍ରି କରୁଛନ୍ତି। ପୂର୍ବରୁ କୋଇଡ଼ାରେ ମଧ୍ୟ ଏହିପରି ବାଘ ଚମଡ଼ା କିଛି ବର୍ଷ ତଳେ ଆବିଷ୍କୃତ ହୋଇଥିଲା। ସ୍ଥାନୀୟ ପୁଲିସ ଓ ଜିଲ୍ଲା ପ୍ରଶାସନ ଏହିଭଳି ସମ୍ବେଦନଶୀଳ ଘଟଣା ପ୍ରତି ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *