ଅନୁଗୁଳ

ବାଘୁଣୀ ସୁନ୍ଦରୀର ମଣିଷ ଶିକାର

ଅନୁଗୋଳ ୧୨-୯ (ଓଡ଼ିଆ ପୁଅ) ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହା ହିଁ ଘଟିଲା। ବାଘୁଣୀ ସୁନ୍ଦରୀ ନେଲା ମଣିଷ ଜୀବନ। ଅନୁଗୋଳ ଜିଲ୍ଲା ଟିକରପଡ଼ା ହାତୀବାରି ଗାଁର ମହିଳା କୈଳାସି ସାଏ ନାମକ ମହିଳା ଆଜି ବାଘୁଣୀର ପ୍ରଥମ ଶିକାର ହୋଇ ଥିବାର ଜଣା ପଡ଼ିଛି। ସୂଚନା ମୁତାବକ କୈଳାସି ଗାଁ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ସୁନ୍ଦରୀର ଶିକାର ବନିଛନ୍ତି। ତେବେ କୈଳାସି ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ନିକଟସ୍ଥ ଜଙ୍ଗଲରୁ ମହିଳାଙ୍କ କ୍ଷତ ବିକ୍ଷତ ଶବ ଉଦ୍ଧାର କରିଛନ୍ତି। ଏହି ଖବର ପ୍ରଚାରିତ ପରେ ଉତ୍ତେଜିତ ଲୋକେ ଫରେଷ୍ଟ ବିଟରେ ଭଙ୍ଗାରୁଜା କରିଛନ୍ତି। ତେବେ ପୂର୍ବରୁ ଗ୍ରାମବାସୀ ସେମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଆକୁଳ ନିବେଦନ କରିଥିଲେ ସୁଦ୍ଧା ବନବିଭାଗ ରୋକଠୋକ ମନା କରି ଦେଇଥିଲେ ଏବଂ ଏମିତି କିଛି ହେବନାହିଁ କହି ଭୁଆଁ ବୁଲାଇଥିଲେ। ଆଗରୁ ସାତକୋଶିଆ ପ୍ରଜାସଙ୍ଘ ଓ ପ୍ରଭାବିତ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ବନବିଭାଗକୁ ଲିଖିତ ଭାବରେ ଜଣାଇଥିଲେ କିନ୍ତୁ କିଛି ବି ପଦକ୍ଷେପ ନିଆ ଯାଇନଥିଲା। ଫଳରେ ଆଜି ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top