ବାଗ୍ରା ଡ୍ୟାମରୁ ମୃତଦେହ ଉଦ୍ଧାର

କୋରାପୁଟ ; ତା୨୧-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ )କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ପଂଚାୟତର ବାଗ୍ରା ଡ୍ୟାମରୁ ଜଣେ ଅଜଣା ଲୋକର ମୃତଦେହ ଠାବ କରା ଯାଇଛି। ଡ୍ୟାମରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ସଦର ଥାନାକୁ ଖବର ଦେଇଥିଲେ। ସଦର ଥାନା ପୋଲିସ ପହଂଚି ପାଣିରୁ ମୃତଦେହ ବାହାର କରି ତଦନ୍ତ ଆରମ୍ଭ କରିବା ସହ ବ୍ୟବଚ୍ଛେଦ ନିମନ୍ତେ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଛି। ତେବେ ମୃତକଙ୍କ ପରିଚୟ ଏଯାଏ ମିଳି ପାରି ନଥିବାରୁ ମୃତଦେହ ଶବ ବ୍ୟବଚ୍ଛେଦ ରୁମରେ ରଖା ଯାଇଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *