ବାଉଁଶୁଣୀ ହାଇସ୍କୁଲ ବାର୍ଷିକ କ୍ରୀଡା

ବୌଦ୍ଧ, ୨୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧବ୍ଲକ ଅନ୍ତର୍ଗତ ବାଉଁଶୁଣୀ ସରକାରୀ ନୋଡାଲ ହାଇସ୍କୁଲର ବାର୍ଷିକ କ୍ରୀଡା ସ୍ଥାନୀୟ ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଧନେଶ୍ୱର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖେଳ ଶିକ୍ଷକ ସୁରେନ୍ଦ୍ର ନାଥ ଦାସ, ମଦନମୋହନ ଜଟ୍ଟି, ମନୋଜ ଗାଈଗୌରିଆ, ନାରାୟଣ ମେହେର ପ୍ରମୁଖ ଦୌଡ଼, ଉଚ୍ଚଡିଆଁ, ଲମ୍ବଡିଆଁ, ଡିସକସ ଥ୍ରୋ, ଜାଭଲିନ ଥ୍ରୋ ଆଦି ପ୍ରତିଯୋଗିତା ପରିଚାଳନା କରିଥିଲେ। ବିଦ୍ୟାଳୟର ୨୦୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡାରେ ଅଂଶଗ୍ରହଣ କରିଥିଲେ। ସହକାରୀ ଶିକ୍ଷକ ପଂଚାନନ ମିଶ୍ର, ସନ୍ଧ୍ୟାରାଣୀ ମିଶ୍ର, ସଚଳା ଗୁରୁ, ଲିଙ୍ଗରାଜ ମେହେର, ଖଗେଶ୍ୱର ମେହେର ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *