ବାଉଁଶୁଣୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦ୍ୟାପିତ

ବୌଦ୍ଧ, ୦୧.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବାଉଁଶୁଣୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଦୁଇଦିନ ଧରି ପାଳିତ ହୋଇଯାଇଛି। ଉଦ୍ଘାଟନି ଉତ୍ସବରେ ମୁଖ୍ୟଅତିଥି ରୂପେ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରଦିପ କୁମାର ଅମାତ ଯୋଗଦେଇ ମାଁ ମାହେଁଶ୍ୱରୀଙ୍କ ଫଟୋଚିତ୍ରରେ ପ୍ରଦ୍ୱିପ ପ୍ରଜ୍ଜ୍ୱଳନ ପୂର୍ବକ ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ପ୍ରିତୀ ପ୍ରତିମା ଭୋଳ, ସମ୍ମାନୀତ ଅତିଥି ରୂପେ କଂଟାମାଳ ବିଧାୟକ ମହିଧର ରଣା, ଜିଲ୍ଲାପାଳ ମଧୁସୂଦନ ମିଶ୍ର, ରାଜ୍ୟପାଳ ପୁରସ୍କାର ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗଣ୍ଡେଶ୍ୱର ତ୍ରିପାଠୀ, ହାଇସ୍କୁଲର ପ୍ରଧାନ ଶିକ୍ଷକ ଧନେଶ୍ୱର ମଣ୍ଡଳ, ବ୍ରହ୍ମପୁର ସମ୍ରାଟ କଲେଜର ଅଧ୍ୟକ୍ଷ ସତ୍ୟନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ମହୋତ୍ସବର ସ୍ମାରକୀ ତୋରଣକୁ ଉଦ୍ଘାଟିତ କରିବା ସହିତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ଈଶ୍ୱର ପ୍ରସାଦ ମହାକୁଳଙ୍କ ପ୍ରତିମୁର୍ତ୍ତୀ ମଧ୍ୟ ଉନ୍ମୋଚନ କରିଥିଲେ। ସେହିପରି ମହୋତ୍ସବର ସ୍ମରଣିକା ପ୍ରସାଦମ୍ ମଧ୍ୟ ଅତିଥିମାନଙ୍କଦ୍ୱାରା ଉନ୍ମୋଚିତ କରାଯାଇଥିଲା। ବିଦ୍ୟାଳୟର ପୁରାତନ ଛାତ୍ର ତଥା ଜୟନ୍ତୀ କମିଟୀ ସଭାପତି ଦଶରଥ ମେହେର ଉଦଘାଟନୀ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ପୂରାତନ ଛାତ୍ର ଦାମୋଦର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ହାଇସ୍କୁଲର ପ୍ରଧାନ ଶିକ୍ଷକ ଧନେଶ୍ୱର ମଣ୍ଡଳ ବିବରଣୀ ପାଠ ଓ ପୁରାତନ ଛାତ୍ରୀ ସୁନୀତା ତ୍ରିପାଠୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ସେହିପରି ବିଦ୍ୟାଳୟର ପୂର୍ବତନ ଛାତ୍ର ଡ଼ା. ରାଜେଶ ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ୟାପନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଏବଂ ମୁଖ୍ୟ ବକ୍ତା ଭାବରେ ବିକାଶ ଅନୁଷ୍ଠାନ ବରଗଡ଼ର ନିର୍ଦ୍ଦେଶକ ଡ଼ି.ମୁରଲି କ୍ରିଷ୍ଣା ଯୋଗଦେଇଥିଲେ। ସମ୍ମାନୀତ ଅତିଥି ରୂପେ କଂଟାମାଳ ବିଧାୟକ ମହିଧର ରଣା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସା ଭୋଇ, ପି.ଡ଼ି. ତଥା ଡ଼ି.ପି.ସି. ରାଜେନ୍ଦ୍ର ପଟ୍ଟନାୟକ, ବୌଦ୍ଧ ବ୍ଲକ ଅଧ୍ୟକ୍ଷା ରେବତୀ ମହାଲିକ ପ୍ରମୁଖ ଯୋଗ ଦେଇଥିଲେ। ଉଦଯାପନୀ ଉତ୍ସବରେ ସୁବର୍ଣ୍ଣ ଜୟନ୍ତି ସଂପାଦକ ସୁନୀଲ ବାରିକ ବିବରଣୀ ପାଠ କରିଥିବା ବେଳେ ଗିରିଶ ମହାକୁଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ଯୁଗ୍ମ ସଂପାଦକ ଚକ୍ରଧର ମେହେର କାର୍ଯ୍ୟକ୍ରମ ସଂଯୋଜନା ଓ ଦାମୋଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସକାଳୁ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଏଥିସହିତ କମିଟି ପକ୍ଷରୁ ଏକ ରକ୍ତ ଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରବିଣ ମିଶ୍ର ଓ ଶ୍ରୀନିବାସ ମେହେର ପରିଚାଳନା କରିଥିଲେ। ସୁବର୍ଣ୍ଣ ଜୟନ୍ତୀ କମିଟିର ସଂଯୋଜକ ଇଂ.ରାକେଶ ତ୍ରିପାଠୀ, ସମାଜସେବୀ ରାଜେନ୍ଦ୍ର ମେହେର, ସାମ୍ବାଦିକ ଉମାକାନ୍ତ ମହାକୁଳ, ସଦାନନ୍ଦ ମିଶ୍ର, ଲଛମନ ଅଗ୍ରୱାଲ, କୋଷାଧ୍ୟକ୍ଷ ଅନିରୁଦ୍ଧ ମହାକୁଳ, ଚକ୍ରଧର ମେହେର, ମନୋଜ ଗାଇଗୌରିଆ, ହେମନ୍ତ ଦିଶିରୀ, କରୁଣାକର ଘଟୁଆଳ ପ୍ରମୁଖଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *