ଅନୁଗୁଳ

ବାଉଁଶଗାଡ଼ିଆରେ ଅଖଣ୍ଡ ନାମଯଜ୍ଞ

ତାଳଚେର,୧୭/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ପଂଚାୟତ ଅନ୍ତର୍ଗତ ବାଉଁଶଗାଡିଆ ସାହିରେ ଅଖଣ୍ଡ ନାମଯଜ୍ଞ ଶୁକ୍ରବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମଝୀକା ଦେଉଳଛକ ନିକଟସ୍ଥ ପୋଖରୀରୁ ପବିତ୍ର ଜଳଭରା କଳସକୁ ଶୋଭାଯାତ୍ରାରେ ସମଗ୍ର ଗ୍ରାମ ପରିକ୍ରମା କରି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ । ବାବା ଯୁଯିଷ୍ଠିର ଦାସଙ୍କ ପୌରହିତ୍ୟରେ ବାବା କୁମରମଣି ଦାସ,ଭରତ ଚନ୍ଦ୍ର ଦାସ,କୂଳମଣି ଦାସ,ଋଷିମଣି ଦାସ, ନକୁଳ ଦାସ,ଗୋଲେଖ ଦାସ,ଚକ୍ରଧର ଦାସ, ବଳରାମ ଦାସ, ମଦନ ବୈରାଗୀ ପ୍ରମୁଖ ମହିମା ମହାପ୍ରଭୁଙ୍କର ବ୍ରହ୍ମଜ୍ୟୋତି ଅଖଣ୍ଡ ମହାଦ୍ୱୀପ ପ୍ରଜ୍ଜ୍ୱଳନ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳର ଶତାଧିକ ଅଲେଖ ମହିମାଧର୍ମୀ ସାଧୁସନ୍ଥ ଯୋଗ ଦେଇଥିଲେ । କଂସମୁଣ୍ଡା,ଜରଡା,ଭୂଇଁପୁର,ଆଠମଲ୍ଲିକ,କୁଲେଇ,ଚନ୍ଦ୍ରବିଲ,କଟରାପଡା ଗ୍ରାମର ସଂକୀର୍ତନମଣ୍ଡଳୀ ଯୋଗ ଦେଇ ନାମ ପରିବେଷଣ କରିଥିଲେ । ଏହି ଯଜ୍ଞ ଅବସରରେ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ । ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଅହୋରାତ୍ର ସାମୁହିକ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା । ବାଉଁଶଗାଡ଼ିଆ ସାହି ସଭାପତି ଗୌର ଚନ୍ଦ୍ର ସାହୁ ଓ ସମ୍ପାଦକ ଗିରୀଶ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ତଥା ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ ଯଜ୍ଞ କାର୍ଯ୍ୟ ପରିଚାଳିତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top