ଜିଲ୍ଲା ପରିକ୍ରମା

ବାଇପାସ ଛକକୁ କାନ୍ତକବି ଗୋଲେଇ ଛକ କରିବାକୁ ଦାବି

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସମ୍ପ୍ରତି ଭଦ୍ରକ ସହର ବାଇପାସ ଛକ ଠାରେ ନବନିର୍ମାଣ କାର୍ଯ୍ୟ ଚାଲିଛି। ସେଠାରେ ଏକ ନୂତନ ଗୋଳାଇ ପ୍ରତିଷ୍ଠା ହେବାର ଯୋଜନା ରହିଛି। ଏହି ଛକ ବିଭିନ୍ନ ଦୃଷ୍ଟିକୋରରୁ ଗୁରୁତ୍ୱପୂର୍ଣ୍ଣ। ଏଠାରେ ଦୀର୍ଘ ବର୍ଷ ଧରି ରହିଛି ଭଦ୍ରକର ସୁପତ୍ର କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପ୍ରତିମୂର୍ତ୍ତୀ। କାନ୍ତକବି ଥିଲେ ଭଦ୍ରକ ମାଟିର ଜଣେ ଉଜ୍ଜ୍ୱଳତମ ଜ୍ୟୋତିଷ୍କ। ଓଡ଼ିଆ ଭାଷା ବିଲପ୍ତିର ସନ୍ଧି୪ଣରେ ଆଧୁନିକ ଓଡ଼ିଆ ସାହିତ୍ୟ ବିକାଶର ଆଦ୍ରକାଳରେ ଜନ୍ମ ନେଇ ପରବର୍ତ୍ତୀ କାଳରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କାନ୍ତକବି ଓ ତାଙ୍କ ବଂଶୋଜ ଦେଶର ସ୍ୱାଧିନତା ସଂଗ୍ରାମ କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ତାଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଆଜି ସମଗ୍ର ରାଜ୍ୟରେ ସର୍ବାଜନାଦୃତ। ଏପରି ଜଣେ ମହାପୁରୁଷଙ୍କ ସ୍ମାତିରକ୍ଷା ପାଇଁ ଉକ୍ତ ବାିପାସ ଛକକୁ କାନ୍ତକବି ଗେରାଲେଇ ଛକ ନାମରେ ନାମିତ କରିବାକୁ ଉତ୍କଳ ସମ୍ମିଳନୀର ଝରଣା ପଟ୍ଟନାୟକ, ମହମ୍ମଦ ଫାରୁକ, ଅନାଦି ଚରଣ ଦାସ, ଅଜୟ ନାୟକ, ବାବୁଲାଲ ଦାସ ପ୍ରମୁଖ ପୌରାଧ୍ୟକ୍ଷ ମାନସ ମହାନ୍ତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଭଦ୍ରକ ବିଧାୟକଙ୍କ ସମେତ ଜିଲ୍ଲାର ସମସ୍ତ ୫ବିଧାୟକ ଓ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ମାଧ୍ୟମରେ ଦାବି ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top