ଅପରାଧ

ବାଇକ ସହ ଚୋରକୁ ଧରି ଥାନାରେ ଜିମାଦେଲେ ଗ୍ରାମବାସୀ

କେନ୍ଦ୍ରାପଡା, ୨୨/୦୯(ଲକ୍ଷ୍ମୀକାନ୍ତ ନାୟକ)-ଚୋରୀ କରୁଥିବା ସମୟରେ ଚୋରକୁ ଗୋଡେଇ ଗୋଡେଇ ଧରି ଥାନାରେ ଜିମାଦେଇଛନ୍ତି ଗ୍ରାମବାସୀ। କେନ୍ଦ୍ରାପଡା ଟାଉନଥାନା ପୁଲିସ ଅଭିଯୁକ୍ତ ଚୋର ଦିବ୍ୟ ପ୍ରକାଶ ଦାସ ନାମରେ ମାମଲା ରୁଜୁକରି କୋର୍ଟ ·ଲାଣ କରିଛି। ଅନ୍ୟଜଣେ ଫେରାର ହୋଇଯାଇଛି।

ଆଜି ସକାଳ ୮ଟା ସମୟରେ କେନ୍ଦ୍ରାପଡା ସହରସ୍ଥ ନୂଆ ବସଷ୍ଟାଣ୍ଡ ଭିତରେ ଜୈନେକ ବୁଲା ବାସନ ବେପାରି ତାଙ୍କ ବାସନକୁ ଲୁନାରେ ରଖି ହୋଟେଲରେ ଖାଉଥିଲେ। ଏହି ସମୟରେ ଦୁଇଜଣ ଚୋର ନିକଟସ୍ଥ ଦୋକାନରୁ ଗୋଟିଏ ବ୍ଲେଡ ଆଣି ଲୁନାରେ ଥିବା ବାସନ ବ୍ୟାଗକୁ କାଟି ଧରି ବାଇକରେ ବସି ପଲାଇ ଯିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ବାସନ ବେପାରିର ଆଖି ତାଙ୍କ ଉପରେ ପଡିବାରୁ ସେ ପାଟିକରି ଗୋଡାଇଥିଲେ। ଦୁଇଜଣ ଚୋର ଗାଡିକୁ ଫୋପାଡି ଦେଇ ଦୌଡିଥିଲେ। ଜଣେ ଗୋବରୀ ନଦୀ ପାର ହୋଇ ଗୁଲନଗର ଗ୍ରାମ ଭିତରକୁ ପଲାଇ ଯାଉଥିବା ବେଳେ ଉକ୍ତ ପଞ୍ଚାୟତର ସରପଞ୍ଚ ପିତବାସ ବେହେରା ଚୋର ଦିବ୍ୟ ପ୍ରକାଶକୁ ଧରି ପକାଇଥିଲେ। ଗ୍ରାମବାସୀମାନେ ତାଙ୍କୁ ସାହାଯ୍ୟ କରିଥିଲେ। ଅନ୍ୟଜଣେ ଚୋର ରାଜୁ ଦାସ ଫେରାର ହୋଇଯାଇଥିଲା। ଧରା ପଡିଥିବା ଚୋରର ଘର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଆରଏନ ବେତରା ଗ୍ରାମ ହୋଇଥିବା ବେଳେ ଫେରାର ହୋଇଥିବା ଚୋରର ଘର ଯାଯପୁର ଟାଉନ ଅନ୍ତର୍ଗତ ଅକରପଡା ଗ୍ରାମର ବୋଲି ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top