ବାଇକ ମୁହାଁ ମୁହିଁ ଧକ୍କା – ଜଣେ ମୃତ, ଜଣେ ଗୁରୁତର ।

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )୨୭.୦୧– ରାୟଗଡା ଜିଲ୍ଲା ସଦର ମହକୁମା ଠାରୁ ବିଷମ କଟକ ଯାଉଥିବା ୩୨୬ ନଂ ଜାତୀୟ ରାଜପଥର ବିଷମ କଟକ ଥାନା ଅନ୍ତର୍ଗତ ନୂଆଁ ଗାଁ ନିକଟରେ ଗତକାଲି ଅପରାହ୍ନ ୩ ଟା ସମୟରେ ଦୁଇ ଗୋଟି ବାଇକ ମୁହାଁ ମୁହିଁ ଦୁର୍ଘଟଣା ଘଟିବାରୁ ଜଣେ ଆରୋହୀ ବିଶ୍ୱନାଥ ହିକକା ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ବାଇକ୍ ଚାଳକ ଖଗେଶ୍ୱର ମାଝୀ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଘଟଣାରୁ ଜଣାପଡିଛି ଯେ ବିଷମକଟକ ବ୍ଲକ ଅନ୍ତର୍ଗତ ସାନବୁରୁଜା ବାଡି ଗ୍ରାମର ବିଶ୍ୱନାଥ ହିକକା ବାଇକ ଯୋଗେ ରାୟଗଡା ଅଭିମୁଖେ ଯାଉଥିବା ବେଳେ କାଶୀପୁର ବ୍ଲକ କୁଜେନ୍ଦ୍ରୀ ଗ୍ରାମର ଖଗେଶ୍ୱର ମାଝୀ ବାଇକ ଯୋଗେ ବିଷମ କଟକ ଯାଉଥିଲେ । ନୁଆଗାଁ ନିକଟରେ ମୁହଁ ମୁହିଁ ଧକ୍କା ହେବା ଯୋଗୁଁ ଘଟଣା ସ୍ଥଳରେ ବିଶ୍ୱନାଥ ଙ୍କ ମୁୃତ୍ୟୁ ଘଟିଥିଲା । ଖଗେଶ୍ୱର ଆହତ ହୋଇ ବିଶାଖାପାଟଣା ଘରୋଇ ଚିକିତ୍ସାଳୟ ଭର୍ତି ହୋଇଛନ୍ତି । ବିଷମ କଟକ ପୋଲିସ ଘଟଣା ସ୍ଥଳରେ ପହଂଚି ଏକ ମାମଲା ରୁଜୁ କରିଛନ୍ତି । ଥାନା କେସ ନଂ ୧୧/୨୦୧୮ ରେ ଏକ ମାମଲା ରୁଜୁ ହୋଇଛି ।

Leave a Reply

Your email address will not be published. Required fields are marked *