ବାଇକ ଦୁର୍ଘଟଣାରେ ସହକାରି ଯନ୍ତ୍ରୀଙ୍କ ମୃତ୍ୟୁ, ଦୁଇ ଯୁବକ ଅଟକ

ମାଲକାନଗିରି, ୨୯ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ବାଇକ ଦୁର୍ଘଟଣାରେ ସହକାରି ଯନ୍ତ୍ରୀଙ୍କର ମୃତ୍ୟୁହେବା ସହିତ ଦୁର୍ଘଟଣା ଘଟାଇଥିବା ବାଇକ ଆରୋହି ଦୁଇଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି। ମାଲକାନଗିରି ଥାନାସ୍ଥ ପ୍ରଧାନିଗୁଡା ଗ୍ରାମ ନିକଟରେ ଥିବା ପଲିଟେକନିକ କଲେଜ ଗୃହ ନିର୍ମାଣ କାର୍ଯ୍ୟ ତଦାରଖ କରି କଲେଜରୁ ବାଇକ ଯୋଗେ ପୁର୍ତଗୃହନିର୍ମାଣ ସହକାରି ଯନ୍ତ୍ରୀ ଇଂ ଶରତଚନ୍ଦ୍ର ପାତ୍ର ମୁଖ୍ୟରାସ୍ତାକୁ ଉଠୁଥିବା ସମୟରେ ମାଲକାନଗିରି ଆଡୁ ଚାଲାଣଗୁଡା ଅଭିମୁଖେ ବାଇକରେ ତନିଜଣ ଯୁବକ ଦୃତଗତୀରେ ଯାଉଥିବା ବେଳେ ଶ୍ରୀପାତ୍ରଙ୍କ ବାଇକକୁ ସାମନା ପଟରୁ ଧକ୍କାଦେଇ ପଳାଇଥିଲେ। ଶ୍ରୀ ପାତ୍ର ରାସ୍ତାର କିଛି ଦୂରକୁ ଛିଟିକି ପଡି ଗୁରୁତର ଭାବେ ଆହତ ହୋଇଥିଲେ। ସେ କିଛି ସମୟ ରାସ୍ତାରେ ପଡି ଛଟପଟ ହେଉଥିଲେ ମଧ୍ୟ ଏହା ଦୁର୍ଘଟଣା ଜନିତ ବୋଲି କେସ ହେବା ଭୟରେ କେହି ତାଙ୍କୁ ଡାକ୍ତର ଖାନା ନେବାକୁ ସାହସ କରିନଥିଲେ। କିଛି ସମୟ ବିଳମ୍ବରେ ତାଙ୍କର କିଛି ସହକର୍ମୀ ଓ କିଛି ଠିକାଦାର ମାନେ ସେଠାରେ ପହଁଚି ତାଙ୍କର ରକ୍ତଜୁଡୁବୁଡୁ ଦେହକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ହସପିଟାଲକୁ ନେଇ ଯାଇଥିଲେ। ଦୁର୍ଘଟଣାରେ ତାଙ୍କର ମୁଣ୍ଡଫାଟି ଅଧିକ ରକ୍ତଶ୍ରାବ ହେବା ଓ ଡାକ୍ତର ଖାନା ରେ ପହଁଚିବାରେ ବିଳମ୍ବ ହେତୁ ଡାକ୍ତର ଖାନା ପହଁଚିବା ପରେ ଶ୍ରୀପାତ୍ର ଙ୍କର ମୃତ୍ୟୁହୋଇ ଯାଇଥିଲା। ସହକାରି ଯନ୍ତ୍ରୀ ଶ୍ରୀ ପାତ୍ର ମାଲକାନଗିରି ଜିଲ୍ଲାରେ ଦୀର୍ଘ୧୮ବର୍ଷଧରି ସହକାରି ଯନ୍ତ୍ରୀ ଭାବେ କାର୍ଯ୍ୟତୁଲାଇ ଆସୁଥିଲେ। ସେଜଣେ ଅମାୟିକ ସଚ୍ଚୋଟ ପରଉପକାରି ବ୍ୟକ୍ତି ଥିବାରୁ ତାଙ୍କର ମୃତ୍ୟୁରେ ପୂର୍ତଗୃହନିର୍ମାଣ ବିଭାଗ, ମାଲକାନଗିରି ଜିଲ୍ଲା ଡିପ୍ଲୋମା ଇଂଜିନିୟର ସଂଘ, ଠିକାଦାର ସଂଘ ଓ ସହରବାସି ଙ୍କ ମଧ୍ୟରେ ଶୋକ ର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବରପାଇ ଡାକ୍ତର ଖାନାରେ ଲୋକମାନଙ୍କର ଭିଡଜମିଥିଲା। ଏହି ଦୁର୍ଘଟଣା ସଂପର୍କରେ ମାଲକାନଗିରି ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ମଟର ସାଇକେଲ ଜବତ କରି ଦୁର୍ଘଟଣା ଘଟାଇଥିବା ସନ୍ଦେହରେ ଦୁଇଜଣ ବାଇକ ଆରୋହିଙ୍କୁ ଧରି ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି। ମୃତଯନ୍ତ୍ରୀଙ୍କ ଶବବ୍ୟବଛେଦ ପରେ ତାଙ୍କପରିବାରଙ୍କୁ ପୁଲିସ ହସ୍ତାନ୍ତର କରିଛନ୍ତି।

Leave a Reply

Your email address will not be published. Required fields are marked *