ଜିଲ୍ଲା ପରିକ୍ରମା

ବାଇକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଭୋର ଭଦ୍ରକ ରାଜଘାଟ ପୋଲ ଉପରେ ଏକ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ବାଲେଶ୍ୱର ଜିଲ୍ଲା ବାଲିଆପାଳ ମହମ୍ମଦପୁର ଗ୍ରାମର କମଳାକାନ୍ତ ପୋଥାଳ। କମଳାକାନ୍ତ ଭଦ୍ରକ କଚେରୀବଜାରର ଏକ ଅଳଙ୍କାର ଦୋକାନରେ କାମ କରୁଥିଲେ। ସେ ବିଳମ୍ବିତ ରାତିରେ ନିଜ କୌଣସି ସମ୍ପର୍କୀୟଙ୍କୁ ଚରମ୍ପା ଷ୍ଟେଶନରେ ଛାଡ଼ି ଫେରୁଥିବା ସମୟରେ ଅନ୍ୟ ୨ଜଣ ଯୁବକଙ୍କ ସହ ଫେରୁଥିବା ସମୟରେ ରାଜଘାଟ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଘଟଣାସ୍ଥଳରେ କମଳାକାନ୍ତଙ୍କ ମୃତ୍ୟୁ ଘଟିଥିଲା। ବାଇକରେ ବସିଥିବା ଧାମନଗର ଷେଣ୍ଢପୁର ଅଞ୍ଚଳର ହିମାଂଶୁ ଜେନା ଓ ଧାମନଗର ରାମେଶ୍ୱରପୁର ଅଞ୍ଚଳର ସୁଶାନ୍ତ ସେଠୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ। ହିମାଂଶୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ, ସୁଶାନ୍ତ ଭଦ୍ରକରେ ଚିକିତ୍ସିତ ହେଉଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top