ଅନୁଗୁଳ

ବାଇକ ଚୋର ଏବଂ ସ୍କ୍ରାପ୍ ବେପାରୀକୁ ଗିରଫ କଲା ତାଳଚେର ପୋଲିସ

ତାଳଚେର,୨/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ସଦର ପୋଲିସ ପକ୍ଷରୁ ଜଣେ ମୋଟର ସାଇକେଲ ଚୋର ଏବଂ ଜଣେ ସ୍କ୍ରାପ୍ ବେପାରୀକୁ ଗିରଫ କରାଯିବା ସହ ଚୋରି ହୋଇଥିବା ମୋଟର ସାଇକେଲକୁ ମଧ୍ୟ ଉଦ୍ଧାର କରାଯାଇଛି । ଗତ ୩୧/୦୮/୨୦୧୮ରିଖ ସନ୍ଧ୍ୟାରେ କୈାଣସି ଦୁବୃର୍ତ ତାଳଚେର ସିଂହ ସାହିର ପ୍ରଭାତ କୁମାର ଦାସଙ୍କ ହିରୋହୋଣ୍ଡା ପାସନ ପ୍ଲସ ମୋଟର ସାଇକେଲ (ଓଡି ୧୯-ଏ ୧୮୧୪)କୁ ଚୋରି କରି ନେଇଥିଲା । ଏ ସମ୍ପର୍କରେ ଶ୍ରୀ ଦାସ ତାଳଚେର ଥାନାରେ ଅଭିଯୋଗ କରିବାପରେ କେସ୍ ନଂ-୨୪୬, ୩୧/୦୮/୨୦୧୮ ଅର୍ନ୍ଗତ ୩୭୯/୪୧୧/୩୪ ଧାରାରେ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ ପୋଲିସ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ଛାନଭିନ୍ କରାଯିବା ପରେ ବିଶ୍ୱସ୍ତ ସୂତରୁ ଖବର ପାଇ ଅନୁଗୋଳର ଛେଣ୍ଡିପଦା ବାଗେଡ଼ିଆର ବସନ୍ତ ରାଉତଙ୍କ ପୁଅ ବାବୁଲି ରାଉତଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ବାବୁଲି ଉକ୍ତ ମୋଟର ସାଇକେଲକୁ ଚୋରାଇବା ପରେ ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗ୍ରାମର ବସନ୍ତ ମହାରଣାଙ୍କ ପୁଅ ତଥା ସ୍କ୍ରାପ ବେପାରୀ ହିରେନ୍ ମହାରଣାଙ୍କୁ ବିକି୍ର କରିଥିବାର ପୋଲିସ ନିକଟରେ ସ୍ୱୀକାର କରିଥିଲା । ଏହାପରେ ପୋଲିସ ତୁବେ ଗ୍ରାମରେ ଥିବା ହିରେନ୍ ଙ୍କ ସ୍କ୍ରାପ ଦୋକାନ ଉପରେ ଚଢ଼ାଉ କରି ଚୋରି ଗାଡ଼ି ସମେତ ଏହାର ଇଞ୍ଜିନ୍,ଚେସିସ ଚିହ୍ନଟ କରିବାପରେ ଜବତ କରି ଗାଡ଼ି ମାଲିକଙ୍କୁ ହସ୍ତାନ୍ତର କରିଥିଲେ । ଏହାପରେ ଉକ୍ତ ବାଇକ ଚୋର ଏବଂ ସ୍କ୍ରାପ ଡିଲରକୁ ପୋଲିସ କୋର୍ଟ ଚାଲାଣ କରା ଯାଇଥିବାର ଆଇଆଇସି ଶ୍ରୀଯୁକ୍ତ ସ୍ୱାଇଁ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top