ଓଡ଼ିଶା

ବାଇକ ଉପରେ ଚଢ଼ିଗଲା ପିକଅପ୍ ୫ ଗୁରୁତର

ତୁରୁମୁଙ୍ଗା ୨୪-୧୦ (ଓଡ଼ିଆ ପୁଅ) କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଚେମେଣା ଶାଳ ଜଙ୍ଗଲ ନିକଟରେ ଏକ ପିକଅପ ବାଇକକୁ ଧକା ଦେବା ଫଳରେ ଘଟଣାସ୍ଥଳରେ ୫ଜଣ ଗୁରୁତର ହୋଇ ରାସ୍ତା ଉପରେ ମୁମୂର୍ଷୁ ଅବସ୍ଥାରେ ଛିଟିକି ପଡ଼ିଥିଲେ। ଖବର ନେବାରୁ ଜଣା ପଡ଼ିଛି କି ଚଢ଼େଇଭଳର ଏମ୍ ଡି ସାଜାଦ୍ ନିଜ ପତ୍ନୀ ଏବଂ ଦୁଇ ଯାଆଁଳା ଝିଅଙ୍କ ସହିତ ୩ ଛୁଆ ବାଇକ ଯୋଗେ କେନ୍ଦୁଝର ପଟୁ ଚଢେଇଭୋଳକୁ ଫେରୁଥିବା ସମୟରେ ତୁରୁମୁଙ୍ଗା ପଟୁ ଯାଉଥିବା OR 04N 3541 ନମ୍ବର ବିଶିଷ୍ଟ ପିକଅପ ଭ୍ୟାନଟି ବାଇକକୁ ଧକ୍କା ଦେବା ସହିତ ଉପରେ ଚଢିଯାଇଥିଲା। ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କାରାଯାଇଛି। ଘଟଣା ସ୍ଥଳରେ ଚାପା ଉତେଜନା ଲାଗିରହିଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top