ଜିଲ୍ଲା ପରିକ୍ରମା

ବାଇକ ଉପରେ ଚଢିଲା ଗଲା ବସ ୧ମୃତ ୧ ଗୁରୁତର

ବାହାନଗା/ ବାଲେଶ୍ୱର-୧୧/୦୯(ଓଡ଼ିଆପୁଅ/ ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ୧୬ନଂ ଜାତୀୟ ରାଜପଥର ପଣପଣା ଓଭରବ୍ରିଜରେ ବାଇକ ଉପରେ ବସ ଚଢିଯିବାରୁ ଘଟଣା ସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି ।ଆହତଙ୍କୁ ବାଲେଶ୍ୱର ସଦର ହସପିଟାଲକୁ ଚିକିସôା ପାଇଁ ପଠାଯାଇଛି । ସୂଚନା ଅନୁସାରେ ଅପରାହ୍ନ ୪ଟା ସମୟରେ ଓଆର ୨୨ବି -୪୪୧୯ ବାଇକରେ ୨ଜଣ ଆରୋହୀ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲେ । ପଣପଣା ଓଭରବ୍ରିଜ ଉପରେ ସମ୍ମୁଖ ଦିଗରୁ ଅନ୍ୟ ଏକ ବାଇକ ଆସୁଥିଲା । ତେବେ ପୋଲ ଉପରେ ଉଭୟ ବାଇକର ହେଣ୍ଡେଲ ବାଜିଯିବାରୁ ଭଦ୍ରକ ଅଭିମୁଖେ ଯାଉଥିବା ବାଇକ ଆରୋହୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ଏହି ସମୟରେ ପଛପଟୁ ବାବାମଣୀ (ଓଡି ୦୧ଭି-୨୨୮୮) ନାମକ ଘରୋଇ ବସ ବାଇକ ଚାଳକ ଉପରେ ଚଢି ଯାଇଥିଲାା ଘଟଣା ସ୍ଥଳରେ ବାସୁଦେବପୁର ବରଣ୍ଡୁଆ ଗ୍ରାମର ନିରାକାର ପୁଇଙ୍କ ପୁଅ ପ୍ରକାଶ(୩୪)ଙ୍କର ମୃତ୍ୟୁ ଘଟିଥିଲାା ତେବେ ସମ୍ପର୍କୀୟ ଅଜା କୁହାଯାଉଥିବା ଗୁରୁତର ଆହତଙ୍କ ପରିଚୟ ମିଳି ପାରିନାହିଁ । ଖନ୍ତାପଡ଼ା ପୋଲିସ ଦୁର୍ଘଟଣା ଗ୍ରସ୍ତ ବାଇକ ଓ ବସକୁ ଜବଦ କରିଥିବା ବେଳେ ମୃତ ଦେହ ଓ ଗୁରୁତରଙ୍କୁ ହସପିଟାଲକୁ ପଠାଇଥିବାର ଜଣାପଡ଼ିଛି । ଦୁର୍ଘଟଣା ଘଟାଇ ଅନ୍ୟ ବାଇକଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ତେବେ ଫେରାର ହୋଇଥିବା ବାଇକ ଆରୋହୀ ସ୍ଥାନୀୟ ଅଞ୍ଚଳର ବୋଲି ଆଲୋଚନା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top