ବାଇକ ଆରୋହିକୁ ବଚାଂଇବାକୁ ଯାଇ ବସଖସିଲା ରାସ୍ତାତଳକୁ ,ଅଳ୍ପକେ ବର୍ତିଲେ ୩୦ ଯାତ୍ରୀ

ମାଲକାନଗିରି,୧୧ା୩ (ଓଡିଆ ପୁଅ ) ମାଲକାନଗିରି ସିନ୍ଦ୍ରିମାଳ ଗ୍ରାମଠାରେ ଏକ ବାଇକ ଆରୋହିକୁ ବଚାଂଇବାକୁ ଯାଇ ବସ ଟି ରାସ୍ତାତଳକୁ ଖିସି ଦୁର୍ଘଟଣାଗସ୍ତ ହୋଇଛି, ବସ ଚାଳକ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବାଇକ ଆରୋହି ସହିତ ବସରେ ଥିବା ୩୦ରୁ ଉର୍ଦ୍ଦଯାତ୍ରୀଙ୍କ ଜୀବନ ବଚିଂଯାଇଛି । ଭୁବନେଶ୍ୱର ଠାରୁ ମାଲକାନଗିରି କୁ ଆସୁଥିବା ଖାମ୍ବେଶ୍ୱରୀ ନାମକ ଏକ ଘରୋଇବସଟି ଆଜି ସକାଳେ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ୧୨କିମି ଦୂର ସିନ୍ଧ୍ରୀମାଳ ଛକ ଠାରେ ଟର୍ନିକାଟୁଥିବା ବେଳେକୁ ହଟାତ ଗାଁ ଭିତରୁ ଏକ ବାଇକ ଆରୋହୀ ଦୃତଗତୀରେ ରାସ୍ତାମଝିକୁ ପଳାଇଆସିଥିଲା । ବାଇକ ଆରୋହିଙ୍କୁ ବଚାଂଇବାକୁ ଯାଇ ବସ ଚାଳକ ସଙ୍ଗେସଙ୍ଗେ ଉପସ୍ଥିତ ବୁଦ୍ଧିଖଟାଇ ବସଟିକୁ ରାସ୍ତାକଡ କୁ ବୁଲାଇଦେଇଥିଲେ । ରାସ୍ତାକଡରେ ଥିବା ନାଳ ମଧ୍ୟକୁ ଖସିଯ଼ାଇ ଗଛ ରେ ଲାଗି ବସଟି ଅଟକି ଯାଇଥିଲା । ବାଇକ ଆରୋହି ବସର ପଛପାଖରେ ଘସିହୋଇ ପଳାଇ ବାଲନ୍ସ ହରାଇ ତଳେ ପଡି ଯାଇଥିଲା । ବାଇକ ଆରୋହି ସାମାନ୍ୟ ଆହତ ହୋଇଥିବା ବେଳେ ବସ ମଧ୍ୟରେ ଥିବା ୩୦ଜଣ ଯାତ୍ରୀଙ୍କର ସେମତି କିଛି କ୍ଷତି ହୋଇନଥିବାର ଜଣାପଡିଛି ।ସଙ୍ଗେ ସଙ୍ଗେ ଗ୍ରାମବାସୀ ମାନେ ଆହତ ବାଇକ ଆରୋହିଙ୍କୁ ମାଲକାନଗିରି ହସପିଟାଲକୁ ପଠାଇ ଚିକିତ୍ସାକରିଛନ୍ତି । ବସଟିକୁ ଏକ ପୋକଲିନ ସାହାଯ୍ୟରେ ରାସ୍ତାକଡ ନାଳରୁ ଉଠାଯାଇ ମାଲକାନଗିରି କୁ ଅଣାଯାଇଥିବାର ଜଣାପଡିଛି । ଘଟଣାସ୍ଥଳରେ ମାଲକାନଗିରି ଥାନା ପୁଲିସ ପହଁଚି ତଦନ୍ତ ଆରମ୍ଭକରିଛନ୍ତି ।

 

Leave a Reply

Your email address will not be published. Required fields are marked *