ଜିଲ୍ଲା ପରିକ୍ରମା

ବାଇକ ଆରୋହିକୁ ବଚାଂଇବାକୁ ଯାଇ ପୋଲତଳକୁ ଖସିଲା ବସ,୩୦ଯାତ୍ରୀ ଆହତ

ମାଲକାନଗିରି,୧୫ା୧୦(ଓଡିଆ ପୁଅ ) ଜଣେ ବାଇକ ଆରୋହି କୁ ବଚାଂଇବାକୁ ଯାଇ ଯାତ୍ରୀବାହି ବସ ନିଜର ଭାର ସାମ୍ୟହରାଇ ପୋଲ ତଳକୁ ଖସିପଡିଛି,ସେହି ବସରେ ଥିବା ୩୦ଜଣ ଯାତ୍ରୀ ଆହତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ବାଲିମେଳା ଠାରୁ ଜୟପୁର ଅଭିମୁଖେ ଯାତ୍ରାକରୁଥିବା ମହାବାହୁ ନାମକ ଏକ ଘରୋଇବସ ଟି ବାଲିମେଳା ଗୋବିନ୍ଦପାଲି ରାସ୍ତା ନିକଟରେ ଥିବା ଏକ ପୋଲନିକଟରେ ସାମନା ପଟରୁ ଆସୁଥିବା ଏକ ବାଇକ ଆରୋହିଙ୍କୁ ବଚାଂଇବାକୁ ଯାଇ ନିଜର ଭାରସାମ୍ୟହରାଇ ପୋଲତଳକୁ ଖସିପଡିଛି । ସେହି ବସ ମଧ୍ୟରେ ଥିବା ୩୦ରୁଉର୍ଦ୍ଦ ଯାତ୍ରୀ ଆହତ ହୋଇଥିବା ବେଳେ ଗାଡି ଚାଳକ ଫେରାର ହୋଇ ଯାଇଛନ୍ତି । ଘଟଣାସ୍ଥଳରେ ଗୋବିନ୍ଦପାଲି, ଖଇରପୁଟ, ମାଥିଲି ଥାନାପୁଲିସ ସହ ବିଏସଏଫ ଜବାନ ମାନେ ପହଁଚି ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାରକରି ମାଥିଲି,ଗୋବିନ୍ଦପାଲ୍କି, ଖଇରପୁଟ ଡାକ୍ତରଖନାକୁ ଚିକିତ୍ସା ନିମନ୍ତେ ପଠାଇଛନ୍ତି । ଏ ସଂପର୍କରେ ଥାନା ପକ୍ଷରୁ ଏକ ଦୁର୍ଘଟଣା ଜନିତ କେସ ରୁଜୁକରା ଯାଇଛି ।  ପୁଲିସ ବସଟିକୁ କ୍ରେନସହାୟତାରେ ଉଦ୍ଧାର କରି ଜବତ କରି ଥାନାକୁ ନେଇଛନ୍ତି । ଫେରାର ହୋଇଥିବା ଗାଡିଚାଳକକୁ ପୁଲିସ ଖୋଜୁଛନ୍ତି । ଏହି ଦୁର୍ଘଟଣାରେ ଇସମାଇଲ ସୁନା ନାମକ ଜଣେ ଯୁବକଙ୍କ ଗୋଡରେ ଶକ୍ତଆଘାତ ଲାଗି ତାଙ୍କ ଗୋଡ ଭାଙ୍ଗି ଯାଇଥିବାର ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top