ଓଡ଼ିଶା

ବାଇକ୍ ରେ ବୁହା ହେଲାଶବ : ବଜ୍ରାଘାତରେ ଜଣେ ମୃତ ୨ଗୁରୁତର

ପୁରୁଷୋତ୍ତମପୁର୧୭/୬: (ଓଡିଆ ପୁଅ-ସୁଦାମ ମହାରଣା) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗି ଗ୍ରାମରେ ଆଜି ବଜ୍ରାଘାତରେ ତନୁଗୌଡ (୪୩) ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ତନୁଙ୍କ ପୁଅ ରାଜୁ ଗୌଡ ଓ ସେହି ଗ୍ରାମର ବିରୁପାକ୍ଷ ମହାନ୍ତି ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତନୁର ଶବ ରାସ୍ତା ଉପରେ ଅପରାହ୍ନ ୩ ଟାରୁ ୫ଟା ପର୍ଯ୍ୟନ୍ତ ପଡିରହିଥିବା ବେଳେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ସେଠାରେ ପହଞ୍ଚି ନଥିଲା। ଯାହା ଫଳରେ ନିରୁପାୟ ହୋଇ ତନୁର ପୁତୁରା ବୁଡୁ ଓ ରୋହିତ ବାଇକରେ ଶବକୁ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସୂଚନା ଅନୁସାରେ, ତନୁ ଓ ତାଙ୍କର ପୁଅ ରାଜୁ ଓ ଅନ୍ୟ ଜଣେ ଯୁବକ ବିରୁପାକ୍ଷ ବିଲକୁ ଧାନ ତଳି ପକାଇବାକୁ ଯାଇଥିଲେ। ଅପରାହ୍ନ ୩ ଟା ବେଳେ ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା। ଘଡଘଡି ଆଘାତ ରେ ତନୁର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେଗୁରୁତର ରାଜୁ ଓ ବିରୁପାକ୍ଷ ଙ୍କୁ ଗ୍ରାମ ବାସୀ ବିଲ ଭିତରୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟ ରେ ମେଡିକାଲ ପଠାଇ ଥିଲେ। ଦୀର୍ଘ୨ଘଣ୍ଟା ଧରି ଶବରାସ୍ତା ଉପରେ ପଡିରହିଥିବା ବେଳେ ଗ୍ରାମବାସୀ ଦମକଳ ଓ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ମଧ୍ୟ କାହାର ଦେଖାମିଳି ନଥିଲା। ବାଧ୍ୟହୋଇ ଦୁଇ ପୁତୁରା ବାଇକ ମଝିରେ ଶବକୁ ରଖି ପୁରୁଷୋତ୍ତମପୁର ମେଡିକାଲ କୁ ନେଇ ଥିଲେ। କିନ୍ତୁ ଶବ ବ୍ୟବଛେଦ ହୋଇ ପାରିବ ନାହିଁ ବୋଲି କତ୍ତୃପକ୍ଷ କହିବା ରୁ ଡାକ୍ତରଖାନାରେ ଚାପା ଉତେଜନା ଦେଖାଦେଇଥିଲା।କିନ୍ତୁ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇ ଥିଲା।ପୁରୁଷୋତ୍ତମପୁର ଥାନା କେସ ନ ୧୧ରେ ଏକ ଅପମୃତ ମାମଲା ରୁଜୁ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top