ଜିଲ୍ଲା ପରିକ୍ରମା

ବାଇକ୍ ଧକ୍କାକୁ ନେଇ ଯୁବକକୁ ସଂଘବଦ୍ଧ ଆକ୍ରମଣ ଛୁରାଘାତରେ ଗୁରୁତର ଯୁବକକୁ ଭଦ୍ରକ ଡାକ୍ତରଖାନା ଅଣାଗଲା

ଭଦ୍ରକ, ୧୫ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସାମାନ୍ୟ ବାଇକ୍ ଧକ୍କାକୁ ନେଇ ଆଜି ଜଣେ ଯୁବକକୁ କେତେକ ବ୍ୟକ୍ତି ସଂଘବଦ୍ଧ ଭାବେ ଆକ୍ରମଣ କରିବା ପରେ ଛୁରାଘାତରେ ଗୁରୁତର କରିଛନ୍ତି । ଆହତ ଯୁବକକୁ ପ୍ରଥମେ ବାସୁଦେବପୁର ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରାଯାଇଛି । ଏ ସଂପର୍କରେ ଯୁବକଙ୍କ ପରିବାର ପକ୍ଷରୁ ଏହି ଜିଲାର ନାୟକାଣୀଡିହି ଥାନାରେ ଦିଆଯାଇଥିବା ଏତଲା ମୂଳେ ଗତକାଲି ଓଡ଼ିଆ ନବବର୍ଷ ଉପଲକ୍ଷେ ଉପରୋକ୍ତ ଥାନା ଅଧୀନସ୍ଥ ଭେଡା-ନାୟକାଣୀ ଉଡାଯାତ୍ରା ଅନୁଷ୍ଠିତ ହେଉଥିଲା । ଏହି ଯାତ୍ରା ଦେଖିବା ପାଇଁ ସ୍ଥାନୀୟ ବାଲିମେଦ ପଂଚାୟତର ପାନପୁର ଗ୍ରାମନିବାସୀ କାଳନ୍ଦୀ ରାଉତଙ୍କ ପୁତ୍ର ରାଜେନ୍ଦ୍ର (୩୧)ବାଇକ୍ ଯୋଗେ ଯାଉଥିବାବେଳେ ସ୍ଥାନୀୟ ଛକରେ ଜଣକ ସହ ଧକ୍କା ହୋଇଥିଲା । ଏହି ଘଟଣାକୁ ନେଇ ରାଜେନ୍ଦ୍ର ସହ କେତେକ ଯୁବକଙ୍କ ଗଣ୍ଡଗୋଳ ହୋଇଥିଲା । ପରେ ସ୍ଥାନୀୟ ଭଦ୍ରଲୋକଙ୍କ ଉପସ୍ଥିତିରେ ଏହି ଘଟଣାର ସମାଧାନ ହୋଇଥିଲା । ତେବେ ଆଜି ରାଜେନ୍ଦ୍ର ପ୍ରତିଦିନ ଭଳି   ସେଠାରେ ଥିବା ଚିଙ୍ଗୁଡି ପୋଖରୀରେ କାର୍ଯ୍ୟ କରୁଥିବାବେଳେ ବାଇକ୍ ଧକ୍କା ଘଟଣାକୁ ନେଇ ବିରସ ଗ୍ରାମର କୃଷ୍ଣ ଯେନାଙ୍କ ପୁତ୍ର ରାଜୁ, ଗେଡା ଯେନାର ପୁତ୍ର ଟେରୁ ଓ ହେମ ଯେନାର ପୁତ୍ର ସୁଦର୍ଶନ, ବାଲିମେଦର ତଉଲି ଯେନାଙ୍କ ପୁତ୍ର କୁଟିଆ, ଗଜେନ୍ଦ୍ର ଯେନାଙ୍କ ପୁତ୍ର କୁଲି ଓ ବସନ୍ତ ପ୍ରମୁଖ ସେଠାରେ ପଂହଚି ସଂଘବଦ୍ଧ ଭାବେ ପ୍ରାୟ ୧୧ଟା ସମୟରେ ରାଜେନ୍ଦ୍ରକୁ ଆକ୍ରମଣ କରିଥିଲେ । ରାଜେନ୍ଦ୍ର ଜୀବନ ବିକଳରେ ଖସି ପଳାଇଆସୁଥିଲେ ମଧ୍ୟ ଆକ୍ରମଣକାରୀଙ୍କ ଛୁରାଘାତରେ ଗୁରୁତର ହୋଇଥିଲେ । ଏହି ଘଟଣାରେ ନାୟକାଣୀଡିହି ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚô ଅଭିଯୋଗ ପତ୍ର ମୂଳେ ତଦନ୍ତ କରୁଥିବାର ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top