ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର

ଢେଙ୍କିକୋଟ, ତା୦୮/୦୯(ଓଡ଼ିଆ ପୁଅ /ବିରେନ୍ଦ୍ର କୁମାର) ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ଓଭର ବ୍ରିଜ ନିକଟରେ ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର। ଗୁରୁତର ଯୁବକ ଜଣକ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନମସିଣାବିଲା ଗ୍ରାମର ପରମେଶ୍ବର ମହାନ୍ତ(୪୨) ବୋଲି ଜଣାପଡିଛି। ଆଜି ସନ୍ଧ୍ୟା ସମୟରେ ବାଇକ୍ ରେ ଯାଉଥିବା ସମୟରେ ଢେଙ୍କିକୋଟ ଓଭର ବ୍ରିଜ ନିକଟ ରେ ରାସ୍ତାରେ ଥିବା ଏକ ଖାଲରେ ପଡି ବାଇକ୍ ଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏନନଚ୍ ଆଇ ଆମ୍ବୁଲାନ୍ସ ଯୋଗେ ଘଟଗାଁ ମେଡ଼ିକାଲ କୁ ନିଆଯାଇଛି।

Leave a Reply

Your email address will not be published. Required fields are marked *