ଜିଲ୍ଲା ପରିକ୍ରମା

ବାଇକ୍ ଦୁର୍ଘଟଣାରେ ଯୁବ ବ୍ୟବସାୟୀଙ୍କ ମୃତୁ୍ୟ, ଶୋକରେ ଗଣେଶ ବଜାର ବନ୍ଦ

ବୌଦ୍ଧ,୦୨ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ଶନିବାର ରାତି୍ରରେ ବୌଦ୍ଧ ମହାନଦୀ ବ୍ରିଜ୍ ଉପରେ ବାଇକ୍ ଦର୍ଘଟଣାରେ ବୌଦ୍ଧର ଜଣେ ଯୁବ ବ୍ୟବସାୟୀଙ୍କ ମୃତୁ୍ୟ ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ବୌଦ୍ଧ ଦୈନିକ ଗଣେଶ ବଜାରର ଯୁବ ବ୍ୟବସାୟୀ ପ୍ରଦୀପ କୁମାର ଦାସ ଗତକାଲି ରାତ୍ରି ୯ଟା ସମୟରେ କୌଣସି କାର୍ଯ୍ୟରେ ମହାନଦୀ ବି୍ରଜ ଆଡକୁ ଯାଇଥିବାବେଳେ ଭାରସାମ୍ୟ ହରାଇ ତାଙ୍କର ବାଇକ୍ ଦର୍ଘଟଣାର ଶିକାର ହୋଇଥିଲା । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ବୌଦ୍ଧ ଡାକ୍ତରଖାନାକୁ ଅଣାଯାଇଥିଲା । ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ସତ୍ୱେ ଡାକ୍ତରମାନେ ତାଙ୍କୁ ଚିକିତ୍ସା ପରେ ଘରକୁ ଛାଡିଦେଇଥିଲେ । ବିଳମ୍ବିତ ରାତ୍ରିରେ ଶ୍ରୀଦାସ ବିଛଣାରୁ ଉଠି ହଠାତ୍ ପଡିଯିବା ପରେ ପରିବାର ଲୋକ ତାଙ୍କୁ ତୁରନ୍ତ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଡାକ୍ତର ତାଙ୍କୁ ଚିକିତ୍ସାଳୟରେ ମୃତ ଘୋଷଣା କରିଥିଲେ । ଏହି ଘଟଣା ପ୍ରଚାରିତ ହେବାପରେ ସହରର ବ୍ୟବସାୟୀ ମହଲରେ ଶୋକ ପ୍ରକାଶ ପାଇଥିବା ବେଳେ ଗଣେଶ ବଜାରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top