ଅନୁଗୁଳ

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ତାଳଚେର, ୨୩/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଲିୟରୀ ଥାନା ଅନ୍ତର୍ଗତ ଗୋପାଳପ୍ରସାଦ ଗୋଚ୍ଛାୟତ ସାହି ନିକଟସ୍ଥ ରାସ୍ତାରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଗୋପାଳପ୍ରସାଦ ପଂଚାୟତ ଅନ୍ତର୍ଗତ ପାଟଣା ସାହିର ବାସିନ୍ଦା ଘୁଷୁରୁ ବେହେରାଙ୍କ ପୁଅ ଦୀପକ ବେହେରା(୨୫)। ସୂଚନାରୁ ପ୍ରକାଶ, ମୃତ ଦୀପକ ତାଙ୍କ ସାଥୀ କୁନା ବେହେରାଙ୍କ ସହ ଏକ ପଲସର ଗାଡି(ଓଡି ୧୯ଏଲ୍-୪୫୮୨) ଯୋଗେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗୋଚ୍ଛାୟତ ସାହି ନିକଟରେ ଥିବା ଏକ ସୂଚନା ଫଳକକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସାଥୀ ଜଣକ ଆହତ ହୋଇ ଥିବାରୁ ତାଙ୍କୁ ଅନୁଗୋଳ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପଂହଚି ଶବ ଜବତ କରିବା ସହ କେସ୍ ନଂ-୧୪୪/୨୦୧୮ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛଦ କରିବାକୁ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ ଘଟଣାସ୍ଥଳକୁ ପରିଦର୍ଶନ କରିବା ସହ ମୃତକଙ୍କ ପରିବାରକୁ ସହାନୁଭୂତି ଜଣାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top