ଓଡ଼ିଶା

ବାଇକ୍ ଚାଳକକୁ ଚାପିଦେଲା ଅଏଲ୍ ଟ୍ୟାଙ୍କର

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଦିନ ପ୍ରାୟ ୧୧ଟା ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଇଚ୍ଛାପୁର-ବାରିକଛକ ନିକଟରେ ନିଜ ଗ୍ରାମ ଭବାନିବିନ୍ଧାକୁ ଭଦ୍ରକରୁ ଫେରୁଥିବା ଜଣେ ବାଇକ୍ ଚାଳକ ଉପରେ ଅଏଲ୍ ଟ୍ୟାଙ୍କର ପଛରୁ ମାଡିଯିବା ଫଳରେ ତାର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକର ଶବକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଟ୍ୟାଙ୍କରଟିକୁ ଜବତ କରିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭବାନିବିନ୍ଧା ଗ୍ରାମର ସୁରେନ୍ଦ୍ର ମହାନ୍ତି (୪୨) ନାମକ ଯୁବକ ନିଜର ହିରୋ ହୋଣ୍ଡା ବାଇକ୍ ଯୋଗେ ଘରକୁ ଫେରୁଥିବାବେଳେ ବାରିକଛକ ନିକଟରେ ତେଲ ଟ୍ୟାଙ୍କରଟି ଦ୍ରୁତ ଗତିରେ ଆସି ତା ଉପରେ ଚଢିଯାଇଥିଲା। ଫଳରେ ସୁରେନ୍ଦ୍ର ମୁଣ୍ଡଟି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା। ଏହି ଘଟଣା ମୂଳେ ଗ୍ରାମାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top