ଓଡ଼ିଶା

ବାଇକ୍ କୁ ଧକ୍କା ଦେଲା ଟ୍ରକ : ଛାତ୍ରୀ ମୃତ

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଏହି ଜିଲାର ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡ଼ା ନିକଟସ୍ଥ ବିସଲକଣା ବିଦ୍ୟୁତ ଷ୍ଟ୍ରକଚର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟଥିବା ବେଳେ ତାଙ୍କର ସମ୍ପର୍କୀୟଭାଇ ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଜଣାଯାଇଛି। ଏହି ଦୁଃଖଦ ଘଟଣା ଘଟିବା ପରେ ସଂପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଦିନ ବେଳା ଭାରିଯାନ ଚଳାଚଳ ବନ୍ଦ ରଖିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି। ଖବରରୁ ପ୍ରକାଶ ଯେ ମୃତକ ଜଣଙ୍କ ହେଲେ ଚରମ୍ପା ନିକଟସ୍ଥ ବାଲିଖଣ୍ଡ ଗ୍ରାମର ଗାନ୍ଧାରୀ ନାୟକଙ୍କ ଝିଅ ନମିତା ନାୟକ (୧୯)। ସୂଚନାଯୋଗ୍ୟ ଯେ ଆଜି ଦିନ ୧୦ ଘଟିକା ସମୟରେ ଆଗରପଡ଼ା ଡ଼ାଏଟ ରେ ପଢୁଥିବା ନମିତା ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ସହିତ ରାନ୍ଦିଆକୁ ବାଇକ ଯୋଗେ ଯାଉଥିବା ସମୟରେ ଭଦ୍ରକ ପଟୁ ଆସୁଥିବା ଏକ ଟ୍ରକ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ନମିତାଙ୍କ ମୁଣ୍ଡଟି ଟ୍ରକଚକା ତଳେ ·ପି ହୋଇ ଯାଇଥିବା ବେଳେ ସେ ମୃତ୍ୟୁ ବରଣ କରିଥିଲେ। ସୌଭାଗ୍ୟ ବଶତଃ ବାଇକ ଚଳାଉଥିବା ସମ୍ପର୍କୀୟ ଭାଇ ବିରଞ୍ଚି ନାରାୟଣ ବାରିକ ଗୁରୁତର ଭାବେ ଆହତ ହୋଇ ଏବେ ଚିକିତ୍ସଧୀନ ଅଛନ୍ତି। ଦୁର୍ଘଟଣା ଘଟାଇ ଥିବା ଟ୍ରକ ନଂ ଓ.ଆର ୦ ୯ଡ଼ି ୭୩୬୩ ଟି କୁପାରୀ ଅଞ୍ଚଳର ଜନୈକ କବାଡ଼ିଆଙ୍କ ମିସ୍ତ୍ରୀ ଡ଼୍ରାଇଭିଂ କରି ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟାଇଥିଲା। ଟ୍ରକ ପଛପଟରେ ୪ଟି ଟାୟାର ବଦଳରେ ୩ ଟି ଟାୟାରରେ ଭଦ୍ରକ ଆଡ଼ୁ କୁପାରୀକୁ ଆସୁଥିଲା। ଟ୍ରକର ଆଗ କାଚ ମଧ୍ୟ ନଥିଲା। ଏହିପରି ଅନେକ ଅସୁବିଧା ଓ ଯାନ୍ତ୍ରିକ ତୃଟିଥାଇ ମଧ୍ୟ ଏହି ଟ୍ରକଟି ଚଳାଚଳ କରି ଆସୁଥିଲା। ଖବର ପାଇ ଆଗରପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଗାଡ଼ି ଚଳାଉଥିବା ମିସ୍ତ୍ରୀକୁ ଗିରଫ କରିଛି।ପୁଲିସ ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତ ନମିତାଙ୍କ ଶବବ୍ୟବଛେଦ ପାଇଁ ଭଦ୍ରକ ପଠାଯାଇଛି। ଏହିି ଦୁର୍ଘଟଣା ପରେ ପ୍ରାୟ ୨ ଘଣ୍ଟା ଧରି ଆଗରପଡ଼ା-ଭଦ୍ରକ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଆଜକୁ କିଛିମାସ ଧରି ମୋରମ ଓ ବାଲି ବୋଝେଇ ଟ୍ରକ ସମେତ ବହୁ ମାତ୍ରାରେ ହାଇୱା ଗାଡ଼ି ଗୁଡ଼ିକ ଦିନବେଳା ଓଭର ଲୋଡ଼ ନେଇ ଏହି ରାସ୍ତା ଦେଇ ଯାତାୟାତ କରିଥିବା ଯୋଗୁଁ ନାନା ଦୁର୍ଘଟଣାମାନ ଘଟି ·ଲିଛି। ଯାହାକୁ ନେଇ ବହୁ ମାତ୍ରାରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଦିନବେଳା ଭାରିଯାନ ଚଳାଚଳ ବନ୍ଦ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top