ad
ଅପରାଧ

ବାଇକ୍ କିଣି ଘରକୁ ଫେରୁଥିବା ସମୟରେ ଅଜଣା ଗାଡି ଧକ୍କାରେ ଯୁବକ ମୃତ

ହରିଚନ୍ଦନପୁର, ତା ୧୩ ଜାନୁୟାରୀ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଥାନା ଅନ୍ତର୍ଗତ ଶଗଡପଟା ଛକ ନିକଟରେ ଅଜଣା ଗାଡି ଧକ୍କା ଦେଲା ବାଇକକୁ ଜଣେ ମୃତ ଜଣେ ଆହାତ ହୋଇଥିବାର ଜଣାପଡିଛି। ସୂଚନା ଅନୁଯାୟୀ ଝୁମ୍ପୁରା ବ୍ଲକ ଖେଣ୍ଡରା ଗ୍ରାମ ପଞ୍ଚାୟତ ନିକଟସ୍ଥ ଫକୀରପୁର ଗ୍ରାମର ଲାଲମୋହନ ମହାନ୍ତଙ୍କ ପୁଅ ଅତୁଲ ମହାନ୍ତ(୨୫)ଙ୍କ ସହ ସାଙ୍ଗ କ୍ଷେତ୍ର ମହାନ୍ତ ପୁରୁଣା ବାଇକ୍ କିଣିବା ନିମନ୍ତେ ଶନିବାର ରାତି ବସରେ ଭୁବନେଶ୍ବର ଯାଇଥିଲେ। ପୁରୁଣା ବାଇକ୍ ସୋରୁମରୁ ଏକ ପୁରୁଣା ବାଇକ୍ କିଣି ଖୁସିରେ ରବିବାର ଦିନ ଘରକୁ ଫେରୁଥିଲେ। ଫେରୁଥିବା ସମୟରେ ଶଗଡପଟା ଛକ ନିକଟରେ ଅଚାନକ ଏକ ଅଜଣା ଗାଡି ସମ୍ମୁଖରୁ ଆସି ବାଇକକୁ ଧକ୍କା ଦେଇଥିଲା। ଧକ୍କା ଦେବା ଫଳରେ ବାଇକ ଚାଳକ କ୍ଷେତ୍ର ଓ ଅତୁଲ ବାଇକରୁ ଛିଟିକି ପଡିଥିଲେ। ପଡିଥିବା ଅବସ୍ଥାରେ ଗାଡିଟି ଅତୁଲକୁ ଭୀଷଣ ଯୋରରେ ଧକ୍କା ଦେଇଥିଲା ଫଳରେ ଅତୁଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାର ଜଣାପଡିଛି। ଘଟଣା ଦେଖି ନିକଟସ୍ଥ ଲୋକମାନେ ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଫୋନ ଯୋଗେ ଜଣାଇଥିଲେ। ଖବର ପାଇଁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ଅତୁଲ ଓ ଆହାତ ସାଙ୍ଗ କ୍ଷେତ୍ରକୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ କ୍ଷେତ୍ରଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି। ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ଅତୁଲଙ୍କ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚଲାଇଥିବାର ପୋଲିସ ସୂତ୍ରରୁ ଜଣାପଡିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top