ଓଡ଼ିଶା

ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଡମ୍ପର, ବାଇକ ଚାଳକ ମୃତ

ହାଟଡ଼ିହି, ୧୪। ୯ (ଓଡ଼ିଆ ପୁଅ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବିଦ୍ୟାଧରପୁର ବଜାର ନିକଟରେ ଆଜି ସକାଳ ୯ଟାବେଳେ ବାଇକ ଉପରେ ଏକ ଡମ୍ପର ଚଢ଼ିଯିବାରୁ ବାଇକ ଚାଳକର ମୃତ୍ୟୁ ଘଟିଛି। ଖବରରୁ ଜଣାଯାଇଛି ଯେ ସୋସୋ ଗ୍ରାମର ସେକ ଅଜଗରଙ୍କ ପୁଅ ସେକ ମୁରାକ (୨୨) ନିଜ ଗ୍ରାମରୁ ହଦଗଡ ଯାଉଥିବାବେଳେ ବିଦ୍ୟାଧରପୁର ବଜାର ନିକଟରେ ଏକ ଡମ୍ପର ତାଙ୍କ ଉପରେ ଚଢ଼ିଯାଇଥିଲା। ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସୋସୋ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।। ସୋସୋ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବଦ କରିଛି। ସେକ ମୁରାକଙ୍କ ଏପରି ମୃତ୍ୟୁରେ ସମଗ୍ର ସୋସୋ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top