ବାଇକରୁ ଖସି୨ ଗୁରୁତର

କୋରାପୁଟ ; ତା୧୮-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ନନ୍ଦପୁର ଥାନା ଗୁଡିଆଳ ବନ୍ଦ ନିକଟରେ ମୋଟର ସାଇକଲରୁ ଖସିପଡି ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ,ସେମିଲିଗୁଡା ବ୍ଲକ କୁନ୍ଦୁଲି ପଂଚାୟତ ପୁରିଆଖୁଡି ଗ୍ରାମର ହରିବନ୍ଧୁ ହନ୍ତାଳ ନିଜ ବାଇକରେ ନନ୍ଦପୁର ଯାଇ ଫେରିବାବେଳେ ନନ୍ଦପୁର ବ୍ଲକ ଖୁର୍ଜି ପଂଚାୟତ ସେମଳା ଗ୍ରାମର ପଦ୍ମ କିର୍ଷାନୀ ଲିଫ୍ଟ ମାଗିଥିଲେ ବ ଉଭୟେ ସେମିଲିଗୁଡା ଅଭିମୁକ୍ଷେ ଆସୁଥିବା ସମୟରେ ନନ୍ଦପୁର ମସଜିଦ ନିକଟ ଗୁଡିଆଳ ବନ୍ଧ ନିକଟରେ ଭାରସାମ୍ୟ ହରାଇ ଖସି ପଡିଥିଲେ । ଫଳରେ ହରିବନ୍ଧୁ ଓ ପଦ୍ମ ଚନ୍ଦ୍ର ଗୁରୁତର ଆହତ ହୋଇ ପଡି ରହିଥିବାବେଳେ ନନ୍ଦପୁର ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ । କୋରାପୁଟରେ ହରିବନ୍ଧୁ ଓ ପଦ୍ମ ଚନ୍ଦ୍ରଙ୍କ ଚିକିସôା ଚାଲିଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *