ବାଇକକୁ ଧକ୍କା ଦେଇ ପଲଟିଲା ବୋଲେରୋ:୮ଗୁରୁତର

ଯାଜପୁର, ୧୬.୬(ଓଡ଼ିଆ ପୁଅ/ମାନସ ରାଉତ):-ବଡଚଣା ଥାନା ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥ ବଡଚଣା ଛକଠାରେ ଶନିବାର ଏକ ଯାତ୍ରୀବାହୀ ବୋଲେରୋ ବାଇକକୁ ଧକ୍କାଦେବା ଫଳରେ ଭାରସାମ୍ୟ ହରାଇ ପଲଟି ପଡିଥିଲା। ଫଳରେ ସେଥିରେ ଥିବା ୬ ଯାତ୍ରୀଙ୍କ ସମେତ ବାେଇକ ଆରୋହୀ ଓ ସହଯାତ୍ରୀ ଗୁରୁତର ହୋଇ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ସୂଚନା ମୁତାବକ ଚଣ୍ଡିଖୋଲରୁ କଟକ ଅଭିମୁଖେ ଯାଉଥିବ ବୋଲେରୋ ସମ୍ମୁଖକୁ ହଠାତ ବାଇକଟି ପଶି ଆସିବାରୁ ଭାରସାମ୍ୟ ହରାଇ ତିନି ପଲଟି ଦେଇ ରାସ୍ତା କଡକୁ ଚାଲିଯାଇଥିଲା। ଘଟଣା ସ୍ଥଳରେ ବଡଚଣା ଥାନାଧିକାରୀ ଶରତଚନ୍ଦ୍ର ପାତ୍ର ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭତ୍ତିକରିଥିଲେ। ଆହାତ ମାନଙ୍କ ମଧ୍ୟରେ କଟକ ଜିଲା ନିଆଳି ଥାନା ଅଞ୍ଚଳର ନିଂରଜନ ମଲିକ(୬୫), ସୂର୍ଯ୍ୟପ୍ରଭା ମଲିକ(୬୦), ସାଗରିକା ମଲିକ(୩୪), କ୍ଷୀରୋଦ ମଲିକ(୫୦), ନିମାପଡା ଅଞ୍ଚଳର ଲିପିକା ମଲିକ(୩୫) ଓ ବଡଚଣା ଥାନା ସୁଙ୍ଗୁଡା ଗ୍ରାମର ପ୍ରବଣ କୁମାର ଯେନା(୨୫), ଶୈଳେନ୍ଦି ଯେନା(୪୨) ଏବଂ ରାଧାଦେଇପୁର ଗ୍ରାମର ଜଗନ କୁମାର ଜେନା(୩୫)ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତର କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *