ବାଁଶଡା ସେତୁ ନିର୍ମାଣକୁ ସବୁଜ ସଂକେତ ୨୩ କୋଟି ଧରିଲା ବଜେଟ୍

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ୧୪ ଥର ଟେଣ୍ଡର ହୋଇ ଫେଲ୍ ମାରିଥିଲା ମନ୍ତେଇ ନଦୀ ଉପରେ ବାଁଶଡା ସେତୁ ନିର୍ମାଣ ପ୍ରସଙ୍ଗ। ରାଜ୍ୟ ସରକାରଙ୍କ ଟେଣ୍ଡରରେ ଏହି ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ଠିକାଦାର ସାହାସ କରିପାରିଲେ ନାହିଁ। ଶେଷରେ ଟର୍ଣ୍ଣି କି ପଦ୍ଧତିକୁ ଆପଣେଇଲେ ସରକାର। ଟର୍ଣ୍ଣିକ୍ ପଦ୍ଧତିରେ ବାହାର ରାଜ୍ୟର ସିଙ୍ଗଲା କନ୍ଷ୍ଟ୍ରକସନ କଂପାନୀ ଏହି ନଦୀ ପୋଲ ନିର୍ମାଣ ପାଇଁ ୨୦୧୪ ରୁ ଚୁକ୍ତିନାମା କରିଥିଲେ ମଧ୍ୟ ଭାରତ ସରକାରଙ୍କ ଅର୍ନ୍ତଦେଶୀୟ ଦଳ ପରିବହନ ସଂସ୍ଥା ରୋକ ଲଗାଇ ଥିଲା। ଏହି ନଦୀରେ ପୋଲ ନିର୍ମାଣ ପାଇଁ ୧୯ କୋଟି ୯୨ ଲକ୍ଷ ଟଙ୍କାରେ ଟେଣ୍ଡର ଫାଇନାଲ ହୋଇଥିଲା। ଭାରତ ସରକାରଙ୍କ ନଦୀ ସଂଯୋଗୀକରଣ ଯୋଜନାର ଅଧିକାରୀମାନେ ଏହି ସ୍ଥାନ ସର୍ଭେ କରି ବ୍ରିଜ୍ ନିର୍ମାଣ ଉପରେ ଅଂକୁଶ ଲଗାଇଥିଲେ। ଟେଣ୍ଡରବେଳେ ଏହି ନଦୀ ଉପରେ ପୋଲ ନିର୍ମାଣ ପାଇଁ ୧୯ କୋଟି ୯୨ ଲକ୍ଷ ଟଙ୍କା ଅର୍ଥ ବରାଦ ହୋଇ ୧୧୨ ମିଟର ଲମ୍ବର ପୋଲ ନିର୍ମାଣ କରିବାକୁ ଯେଉଁ ଫାଇଲ୍ ପ୍ରସ୍ତୁତ ହୋଇଥିଲା, ତାହା ତଦାରଖ ବେଳେ ଦେଖା ଯାଇଥିଲା ନଦୀ ଉପରେ ୩ଟି ସ୍ପାନ୍ର ଦୂରତା ୩୭ ମିଟର ରହୁଥିବାରୁ ନଦୀ ସଂଯୋଗୀକରଣ ଯୋଜନାରେ ଏହା ପ୍ରତିବନ୍ଧକ ହେବ ବୋଲି ଅଧିକାରୀମାନେ ରିପୋର୍ଟ ଦେଇଥିଲେ। ୩ ବର୍ଷ ଧରି ଏହି ବ୍ରିଜ୍ ନିର୍ମାଣ ଅଟକିଥିଲା। ଏହା ମଧ୍ୟରେ ୨ କୋଟି ଟଙ୍କା ଖର୍ଚ୍ଚ ସରିଛି। ବ୍ରିଜ୍ ନିର୍ମାଣ ବେଳେ ନଦୀ ଭିତରେ ନିର୍ମାଣାଧୀନ ଗୋଟିଏ ସ୍ପାନ୍ ଭୁଶୁଡି ମଧ୍ୟ ପଡିଥିଲା। ଶେଷରେ ପରିବର୍ଦ୍ଧିତ ମୂଲ୍ୟ ବୃଦ୍ଧିକୁ ଲକ୍ଷ୍ୟ କରି ଏହି ବ୍ରିଜ୍ ନିର୍ମାଣର ବଜ୍ଟେ୍ ୨୩ କୋଟିକୁ ବୃଦ୍ଧି ପାଇଛି। ସଂପୂର୍ଣ୍ଣ ପୋଲର ଲମ୍ବ ୧୫୧ ମିଟରକୁ ଛୁଇଁଛି। ନଦୀ ମଧ୍ୟରେ ପୂର୍ବ ଭଳି ୩ଟି ସ୍ପାନ୍ ରହିବ – ପ୍ରଥମ ସ୍ପାନ୍ର ଦୂରତା ୨୫.୨୧ ମିଟର ହୋଇଥିବାବେଳେ ଦ୍ୱିତୀୟ ସ୍ପାନ୍ର ଦୂରତା ୪୯.୪୫ ମିଟର ଓ ତୃତୀୟ ସ୍ପାନର ଦୂରତା ୩୭.୩୩ ମିଟର ହୋଇଛି। ନଦୀ ସଂଯୋଗୀକରଣ ଯୋଜନାରେ ନଦୀ ମଧ୍ୟରେ ଯେଉର୍ ଛୋଟ ଛୋଟ ଜାହାଜ ଚାଲିବ, ତାହା ପାଇଁ ନଦୀ ମଧ୍ୟରେ ୩୮.୩୪ ମିଟର ଗଭୀରତା ସ୍ଥାନରେ ଏହି ୪୯.୪୫ ମିଟର ସ୍ପାନ ରହିବ। ଯେଉଁ ରାସ୍ତାରେ ଜାହାଜ ଯାତାୟତ କରିପାରିବ। ୧୫୦ ମିଟର ଲମ୍ବକୁ ଏହି ପୋଲ ନିର୍ମାଣ ବୃଦ୍ଧି ପାଇବା ପରେ ବାଁଶଡା ଓ ଯଶୀପୁର ଆଡକୁ ନଦୀର ଦୁଇ କୂଳରେ ଦୁଇଟି ବକ୍ସ କଲର୍ଭଟ ହେବ। ଏହି ବକ୍ସ କଲର୍ଭଟ ଦେି ଚାଷୀଙ୍କ ହଳ ବଳଦ ବିଲକୁ ଯିବା ସହ ଛୋଟ ଛୋଟ ଯାନ ବି ଯାତାୟତ କରିପାରିବା ଭଳି ବ୍ୟବସ୍ଥା ପାଇଁ କଲର୍ଭଟର ଉଚ୍ଚତା ରହିବ। ଚାନ୍ଦବାଲି ପୂର୍ତ୍ତ ବିଭାଗର ଏସ୍ଡିଓ ଏହି ପୋଲ ନିର୍ମାଣ ପାଇଁ ସିଙ୍ଗଲା କନ୍ଷ୍ଟ୍ରକସନ ନିର୍ମାଣ ସ୍ଥଳକୁ ଲଗାତର ଯାତ୍ରା କରୁଛନ୍ତି। ନଦୀ ମଧ୍ୟରେ ଏବେ ଜୋରଦାର ନିର୍ମାଣ ଆରମ୍ଭ ହୋଇଛି। ୩ଟି ସ୍ପାନ ଏବେ ର୍ନିମାଣ ଜୋରଦାର ଚାଲିଛି। ଆସନ୍ତା ମଇ ମାସରେ କଲର୍ଭଟ ନିର୍ମାଣ ଆରମ୍ଭ ହେବ। ସଂପୂର୍ଣ୍ଣ ନଦୀର ଆରୋପ ଏ ପାଖରୁ ସେପାଖ ସ୍ପାନ ନିର୍ମାଣ ପରେ ଛାତ ଜୁନ୍ ମାସ ସୁଦ୍ଧା ପକାଇବାକୁ ପ୍ରସ୍ତୁତି ଜୋରଦାର ଚାଲିଛି।

Leave a Reply

Your email address will not be published. Required fields are marked *