ଜିଲ୍ଲା ପରିକ୍ରମା

ବହୁ ପୁରାତନ ସତ୍ୟନାରାୟଣ ପାଲା ମଣ୍ଡପ ଉଦଘାଟନ କଲେ ମୁଖ୍ୟ ସଚେତକ

ଯାଜପୁର,୭/୩(ଓଡିଆପୁଅ/ମାନସ ରାଉତ)- ଯାଜପୁର ଜିଲ୍ଲା ବଡଚଣା ବ୍ଳକ କୁନ୍ଦଳ ଗ୍ରାମ ପଂଚାୟତ ଦାଣ୍ଡହରିପୁର ଗ୍ରାମର ବହୁ ପୁରାତନ ସତ୍ୟନାରାୟଣ ବାଦୀପାଲା ରବିବାରଦିନ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ ଉସôବରେ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥି ଯୋଗଦେଇ ଏହାକୁ ଉଦଘାଟନ କରିବା ସହ ବିଲୁପ୍ତ ହେଉଥିବା ଏହି ପାଲା ସଂସ୍କୃତିକୁ ବଂଚାଇ ରଖିବାକୁ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ପ୍ରଚେଷ୍ଟା ବିଷୟରେ ବହୁ ପ୍ରଶଂସା କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ବଡଚଣା ସ୍ୱାସ୍ଥ୍ୟ ସେଲର ଅଧ୍ୟକ୍ଷ ମଧୁସୁଦନ ବଳ ଯୋଗ ଦେଇଥିଲେ । ଏହି ସଭାକୁ ପରିଚାଳନା କରିଥିଲେ କୁନ୍ଦଳ ପଂଚାୟତ ସଭାପତି ପ୍ରଫୁଲ ସାମଲ । ଅନ୍ୟମାନଙ୍କ ମଧ୍ୟରେ କୁନ୍ଦଳ ସରପଂଚ ଅନୀତା ଦାସ, ପଂଚାୟତ ସମିତି ସଭ୍ୟ ଅନନ୍ତ କିଶୋର ଜେନା, ପାଲା ମଣ୍ଡପର ସଭାପତି ଶରତ ଚନ୍ଦ୍ର ସାମଲ ଓ ଗ୍ରାମର ହୃଷିକେଶ ସାମଲ, ସଂଗ୍ରାମ ସାମଲ(ମିଟୁ), ଅଜୟ ସାମଲ, ବଳରାମ ସାହୁ, ଅର୍ତତ୍ରାଣ ସାମଲ, ବିଶ୍ୱଜିତ ସାମଲ, ଶୁଶାନ୍ତ କୁମା ରସାମଲ(ବାଳା), ପ୍ରଶାନ୍ତ କୁମାର ସାମଲ, ପୂର୍ଣ୍ଣଚନ୍ଦ୍ର ବାରିକ, କିଶୋର ଚନ୍ଦ୍ର ସାମଲ, ରବୀନ୍ଦ୍ର ସାମଲ, କୃପାସିନ୍ଧୁ ସାମଲ, ଜମ୍ବେବର ସାମଲ, ଦିଲ୍ଲିପ ସାମଲ(ଟୁକୁନା) ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଯୁବକ ସଂଘର ପିଲାମାନେ ମଧ୍ୟ ଏହି ଉଦଘାଟନୀ ଉସôବକୁ ବହୁ ସହଯୋଗ କରିଥିଲେ । ଶେଷରେ ସାମ୍ବାଦିକ ସୁରେନ୍ଦ୍ର ସାମଲ ଧନ୍ୟବାଦ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top