ବହୁ ଚର୍ଚ୍ଚିତ ଛୁଞ୍ଚିଆ ଯେନା ହତ୍ୟା ମାମଲା କୋର୍ଟରେ ସାକ୍ଷ୍ୟ ଦେଲେ ତତ୍କାଳୀନ ଥାନାଧିକାରୀ

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବହୁ ଚର୍ଚିତ ବାସୁଦେବପୁର ବ୍ଲକ ସୁଗୋ ଗ୍ରାମର ନିରଂଜନ ଯେନା ଓରଫ ଛୁଞ୍ଚିଆ ହତ୍ୟା ମାମଲାରେ ଆଜି ବାସୁଦେବପୁରର ତତ୍କାଳୀନ ଥାନାଧିକାରୀ ବେଣୁଧର ନାୟକ ଅତିରିକ୍ତ ଜିଲ୍ଲା ଜଜ୍ ଅନୁପ କୁମାର ଚନ୍ଦନଙ୍କ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଛୁଞ୍ଚିଆ ଓର ଫ ନିରଂଜନ ଯେନାଙ୍କ ଓକିଲ ନିଶିକାନ୍ତ ନାୟକଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଗତ ମାସ ୨୨ତାରିଖ ଥାନାଦôକାରୀ ଶ୍ରୀ ନାୟକ କୋର୍ଟରେ ହାଜର ହୋଇଥିଲେ ମଧ୍ୟ ହତ୍ୟାକାଣ୍ଡ ସ୍ଥଳର ରକ୍ତଭିଜା ମାଟି, ଛୁଞ୍ଚିଆ ପିନ୍ଧିଥିବା ପୋଷାକ ଓ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଶ୍ରୀ ନାୟକ କୋର୍ଟରେ ଦାଖଲ କରିବାର ଥିଲା। ମାତ୍ର ଏସମସ୍ତ ଜବତ୍ ସାମଗ୍ର୍ରୀ ମାଲଖାନାରୁ ଆସି ପାରିନଥିବାରୁ ଶ୍ରୀ ନାୟକ ଫେରିଯାଇଥିଲେ। ତେଣୁ ନିର୍ଦ୍ଧାରିତ ଆଜି ତାରିଖରେ ତତ୍କଳୀନ ଥାନାଧିକାରୀ ଶ୍ରୀ ନାୟକ ଆଜି ଅତିରିକ୍ତ ଜିଲ୍ଲା ଜଜ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ। ଅଭିଯୋଗକାରୀଙ୍କ ପକ୍ଷରୁ ଉଚ୍ଚ ନ୍ୟାଳୟାଳୟର ଆଇନଜୀବୀ ଆଶୁତୋଷ ମିଶ୍ର ଶ୍ରୀ ନାୟକଙ୍କୁ ଗୁଡ଼ାଇ ତୁଡ଼ାଇ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ପୋଷ୍ଟ ମର୍ଟମ ରିପୋର୍ଟ ଓ ପୁଲିସର ଇନକ୍ୱେଷ୍ଟ ରିପୋର୍ଟରେ ଅମେଳ, ପୁଲିସ ଫାଇଲରୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବଳିତ କାଗଜ ଗାଏବ ହେବା ଗଟଣା ସମ୍ପର୍କରେ ସେ ପ୍ରଶ୍ନ କରିଥିଲେ ବୋଲି ଆଇନଜୀବୀ ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି। ଅପରପକ୍ଷରେ ଶ୍ରୀ ନାୟକ ମାମଲା ବିଚାରାଧିନ ଥିବାରୁ ଓ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କ ସମସ୍ତ ପ୍ରଶ୍ନରକୁ ଏଡ଼ାଇ ପଳାଇଯାଇଥିଲେ। ଏଠାରେ ସୂଚନାଯୋଗ୍ୟ ୨୦୦୨ ମସିହାରେ ବାସୁଦେବପୁର ବ୍ଳକ ସୁଗୋ ଗ୍ରାମର ନିରଂଜନ ଯେନା ଓରଫ ଛୁଞ୍ଚିଆକୁ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାର ବିଚାର ୬ମାସ ମଧ୍ୟରେ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଚଳିତ ମାସ ୫ତାରିଖ ମୃତ ଛୁଞ୍ଚିଆର ସ୍ତ୍ରୀ କୋର୍ଟରେ ହାଜର ହୋଇ ସାକ୍ଷ୍ୟପ୍ରଦାନ କରିଥିବାବେଳେ, ସେହିମାସ ୨୨ତାରିଖରେ ଥାନାଦôକାରୀ ହାଜର ହୋଇଥିଲେ ମଧ୍ୟ ସାକ୍ଷ୍ୟ ପ୍ରଦାନ କରିପାରିନଥିଲେ। ତେବେ ଆଜି ଶ୍ରୀ ନାୟକ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *