ବହୁମୁଖୀ ପ୍ରତିଭାର ଅଧିକାରୀ ଡଃ.ପଣ୍ଡା

– ଦେବପ୍ରସାଦ ମିଶ୍ର
ଡଃ.ବଂଶୀଧର ପଣ୍ଡା କେବଳ ଓଡିଶାରେ ନୁହେଁ, ଭାରତୀୟ ଶିଳ୍ପ ଜଗତରେ ଜଣେ ପରିଚିତ ନାମ ଥିଲେ। ତାଙ୍କୁ ଓଡିଶା ଶିଳ୍ପ ଜଗତରେ ଭୀଷ୍ମ ପୀତାମହ କୁହାଯାଉଥିଲା ଖାଲି ଶିଳ୍ପପତି ନୁହେଁ ସେ ନାସାରେ ଜଣେ ବୈଜ୍ଞାନିକ ଭାବେ ୬୦ ଦଶକରେ କାର୍ଯ୍ୟ କରୁଥିବା ବେଳେ ଓଡିଶାର ଅନ୍ୟତମ ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକ ତାଙ୍କୁ ଡକାଇ ଓଡିଶାର ପୁଅ ହିସାବରେ ଓଡିଆ ଲୋକଙ୍କ ପାଇଁ କାମ କରିବା ପାଇଁ ଓଡିଶାକୁ ଆସି କାମ କର ବୋଲି ଡକାଇ, ଓଡିଶାରେ କାମ କଲେ, ମୁଁ ତୁମକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବି ବୋଲି କହି ତାଙ୍କୁ ଓଡିଶାରେ ଆଦିବାସୀ ଅନୁନ୍ନୂତ ଅଞ୍ଚଳରେ କାମ କରି ଓଡିଶାବାସୀଙ୍କୁ ଉନ୍ନତ କରାଅ ବୋଲି କହି ବହୁବାର ଅନୁରୋଧ କରିଥିଲେ, ଓଡିଶା ସବୁ ପ୍ରକାର ଖଣିଜ ଦ୍ରବ୍ୟରେ ଭରପୁର ତାକୁ ବିନିଯୋଗ କରି କିଛି ନୂତନ ଶିଳ୍ପ ପ୍ରତିଷ୍ଠା କରି ଲୋକଙ୍କୁ ରୋଜଗାର ଦେବା ପାଇଁ ଉଦ୍ୟମ କରିବାକୁ କହିବା ପରେ ବଂଶୀଧର ବାବୁ କି ପ୍ରକାର ଶିଳ୍ପ ପ୍ରତିଷ୍ଠା କଲେ ଖଣିଜ ଦ୍ରବ୍ୟର ବିନିଯୋଗ ହେବ ଏବଂ ଲୋକେ ଉପକୃତ ହେବେ, ସେ ସମ୍ବନ୍ଧରେ ଉଭୟ ବହୁ ବାର ପରଷ୍ପର ମଧ୍ୟରେ ଆଲୋଚନା କରି ଶେଷରେ ଏ ଫେରୋ ସିଲିକନ ବା ଫେରୋ ଅଲୟଜ କାରଖାନା ପ୍ରତିଷ୍ଠା କରିବେ ବୋଲି ନିଷ୍ପତ୍ତି ନେଇଥିଲେ, ୭୦ ରୁ ୮୦ ଦଶକରେ ରାୟଗଡାସ୍ଥିତ ଥେରୁବାଲି ଇମଫା କାରଖାନାର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ରୂପେ ତତକାଳୀନ ସମାଜ ସଂପାଦକ ରାଧାନାଥ ରଥଙ୍କ ସଙ୍ଗେ ରାୟଗଡା ଯିବା ସମୟରେ ସେଠାରେ ଜେକେ କାଗଜକଳର ସେରୀ ନାମକ କାଗଜ ଶିଳ୍ପର ଉନ୍ନତି ପାଇଁ ଏକ କେନ୍ଦ୍ର ଉଦଘାଟନ ଉତ୍ସବରେ ରାଧାନାଥ ବାବୁଙ୍କ ସଙ୍ଗେ ସମାଜର ପ୍ରତିନିଧି ରୂପେ ଯୋଗ ଦେଇ ବଂଶୀଧର ବାବୁ ଙ୍କ ସହିତ ସାକ୍ଷାତ ଆଲୋଚନା ବେଳେ ବହୁ କଥା ବଂଶୀଧର ବାବୁଙ୍କ ଠାରୁ ସଂଗ୍ରହ କରିଥିଲି। ଏହି ସାକ୍ଷାତ ଆଲୋଚନା ବେଳେ ମଧ୍ୟ ଜେକେ କାଗଜକଳର ତତ୍କାଳୀନ ଓଡିଶା ପ୍ରତିନିଧି କଟକର ବାଦଲ ସେନ ମଧ୍ୟ ମୋ ସହିତ ସେଠାରେ ଉପସ୍ଥିତ ଥିଲେ। ତାଙ୍କ ସହିତ ଆଲୋଚନା ବେଳେ ସେ ସେତବଳର ଓଡିଶା କଥା ବଖାଣି ସେତବଳର ଅଭିବକ୍ତ କୋରାପୁଟର କଥା ବର୍ଣ୍ଣନା କରିଥିଲେ ଯେତେବେଳେ ବଂଶୀଧର ବାବୁ କୋରାପୁଟ ରେ ପାଦଦେଲେ ସେତେବେଳେ ସେଠାରେ ବିନୋବାଜୀଙ୍କୁ ଭୂଦାନ ଆନ୍ଦୋଳନ ଓ ଉତ୍କଳ ସର୍ବୋଦୟ ଆନ୍ଦୋଳନର ବହୁ କର୍ମୀ ଓ ନେତା ସେଠାରେ କାର୍ଯ୍ୟ କରୁଥିଲେ, ଭୂଦାନ ଆନ୍ଦୋଳନର ଜଣେ ନେତା ଆନ୍ନା ସାହେବ ସହସ୍ର ବୁଦ୍ଦେ ଓ ଜେକେ କାଗଜକଳର ସିଂହାଣିଆ ପରିବାରର ଜଣେ ବୟସ୍କ ବ୍ୟକ୍ତି ବଂଶୀଧରଙ୍କୁ ଏହି ରାୟଗଡ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରବର୍ତ୍ତାଇ ଥିଲେ, ନଚେତ ବଂଶୀଧର ବାବୁ ବାରଙ୍ଗ, ନରାଜ ଓ ବାଙ୍କୀ ମଧ୍ୟରେ ମହାନଦୀ କୂଳରେ ଯାଗା ନେଇ ଶିଳ୍ପ ପ୍ରତିଷ୍ଠା କରିବେ ବୋଲି ଠିକ କରିଥିଲେ, ଏଥିପାଇଁ ଏଲ;ଡି; ପଣ୍ଡା ନାମକ ଜଣେ ବ୍ୟକ୍ତି ସେଠାରେ ଅନେକ ଜମି ଚିହ୍ନଟ କରିଥିଲେ, ଶେଷରେ ବିଜୁବାବୁ ଆନ୍ନା ସାହେବ ସହସ୍ର ବୁଦ୍ଦେ ଙ୍କ ପ୍ରସ୍ତାବ ମତେ ଥେରୁବାଲିକୁ ମନୋନୀତ କରିଥିଲେ। ବିଜୁବାବୁ ଏ କଥା ମଧ୍ୟ ବଂଶୀଧର ବାବୁଙ୍କୁ କହିଥିଲେ ସେଠାରେ କୋରାପୁଟ ରେ ଆଦିବାସୀ ମାନେ ଜମିଚାଷ ନାମରେ ଅନେକ ମୁଲ୍ୟବାନ ଜଙ୍ଗଲ ପୋଢୁଚାଷ ନାମରେ ପୋଡି ଦେଉଛନ୍ତି ତାକୁ ମଧ୍ୟ ଶିଳ୍ପ ପ୍ରତିଷ୍ଠା ହେଲେ ରୋକାଯାଇ ପାରିବ ପୋଢୁଚାଷକୁ ବନ୍ଦ କରିବାକୁ ପଡିବ। ସେହି ଦିନ ଠାରୁ ବଂଶୀଧର ବାବୁ ସେଠାରେ କାରଖାନା ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ପ୍ରତିଷ୍ଠା ରେ ଲାଗିଲେ, ତାଙ୍କଠାରୁ କଥା ଶୁଣିବା ବେଳେ ସେ ଅନେକ କଥା କହିଥିଲେ। ଏଠାରେ କିଛିକଥା ଉଲ୍ଲେଖ କରୁଛି। ଆନ୍ନା ସାହେବ ସହସ୍ର ବୁଦ୍ଦେଙ୍କ ସହ ମିଶି ଆଦିବାସୀଙ୍କ ଜମୀରେ ଗୋବର ପକାଇ ଖତ ବ୍ୟବହାର ଓ ସେଠାରେ ପ୍ରଥମେ ଅଳସୀ, ମାଣ୍ଡିଆ, ସୋରିଷ, ଧାନ, ଆଖୁ, ଈତ୍ୟାଦି ପନିପରିବା ଓ କମଳା, ଲେମ୍ବୁ ଶାଳମଞ୍ଜି ସଂଗ୍ରହ ଉପରେ ଲୋକଙ୍କୁ ବୁଝାଇ ନିଜେ ସର୍ବୋଦୟ ମଣ୍ଡଳର କର୍ମୀଙ୍କ ସହିତ ଜମିରେ ପହଞ୍ଚି ସେମାନଙ୍କୁ ଡେମୋ ଦେଖାଇ ପୋଢୁଚାଷରୁ ନିବୃତ କରୁଥିଲେ। ଜଙ୍ଗଲ ମଧ୍ୟରେ ଗୋଟିକିଆ ଚାଳିଆରେ ନ ରହି ସମୂହଭାବେ ଝାଟିମାଟି ଓ ଶାଳକାଠ ରୁଅରେ ଖଜୁରୀ ପତର ଛପର ଘର କରି ରହିବାର ଶିଖାଇଥିଲେ। ସେତେବେଳେ ସେଠାରେ କାଛୁ, କୁଣ୍ଡିଆ, ଜ୍ୱର, ଖରାଦିନେ ଅଖାଦ୍ୟ ଖାଇ ଲୋକଙ୍କୁ ଝାଡା ହେଉଥିଲା, ଲୋକେ ନାଳ ଏବଂ ଝରଣାରୁ ପାଣି ପିଉଥିଲେ ଡାକ୍ତରୀ ଔଷଧକୁ ବିଷ ବୋଲି ଭାବୁଥିଲେ, ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାଇବା ପାଇଁ କାରଖାନା ପାଇଁ ଶ୍ରମିକମାନଙ୍କୁ ଅସ୍ଥାୟୀ ଚାଳିଆରେ ରଖି ତାଙ୍କୁ ଧୀରେ ଧୀରେ ଡାକ୍ତରୀ ଔଷଧର ଉପକାରିତାକୁ ପରିକ୍ଷା କରି ଦେଖାଉଥିଲେ, ସେତେବେଳେ ସେଠାରେ ଆଦିବାସୀମାନେ ମଲା ଗୋରୁ, ଛେଳି, ମେଣ୍ଢା ମାନଙ୍କୁ ଗୋଟାଇ ଆଣି ତାକୁ ଶୁଖାଇ ଶୁଖୁଆ କରି ଖାଉଥିଲେ, ସେଥିପାଇଁ ସେଠାରେ କୃଷ୍ଟ, ଆନ୍ୱାକ୍ସ ପରି ରୋଗ କାଛୁ କୁଣ୍ଡିଆ ବ୍ୟାପୁଥିଲା ତାକୁ ରୋକିବା ପାଇଁ ସଚେତନତାର ପ୍ରଚାର କରିଥିଲେ। ପରିବେଶକୁ ସୁସ୍ଥ ରଖିବା ପାଇଁ ଘର ଭିତରେ ଗାଇ, ଗୋରୁ, ଛେଳି ଆଦିଙ୍କୁ ନ ରଖି ଚାଳିଆ ବାହାରେ ରଖିବା ଓ ଗୋବରକୁ ଘସି କରି ଜାଳିବା ଓ ମଶା ପାଇଁ ଧୁଅାଁ ଦେବାକୁ ଶିଖାଇ ଥିଲେ ଏପରି ବହୁତ କଥା ତାଙ୍କର କୋରାପୁଟ ରହଣୀ ବେଳର କାରଖାନା ପ୍ରତିଷ୍ଠା ବେଳର କଥା ବଖାଣିଥିଲେ, ଖାଲି ଯେ ବଂଶୀଧର ବାବୁ ଜଣେ ଶିଳ୍ପପତି ଓ ବୈଜ୍ଞାନିକ ଥିଲେ ତାହା ନୁହେଁ ସେ ଜଣେ ପ୍ରକୃତି ପ୍ରେମୀ ଓ ପରିବେଶବିତ୍ ମଧ୍ୟ ଥିଲେ, ବିଭିନ୍ନ ପ୍ରକାର ଫୁଲ, ଫଳ ଓ ବଗିଚାରେ କାରଖାନା ପରିସରକୁ ସଜାଇ ମନଲୋଭା କରିଥିଲେ ଅବଶ୍ୟ ଏକାମରେ ତାଙ୍କ ସହଧର୍ମିଣୀ ଶ୍ରୀମତୀ ଇଲା ପଣ୍ଡା ମଧ୍ୟ ତାଙ୍କୁ ବହୁ ସମୟରେ ସାହାଯ୍ୟ କରୁଥିବା। ଖାସ ବିଜୁବାବୁଙ୍କ କଥା ରଖିବା ପାଇଁ ସୁକିନ୍ଦା ଓ ଯାଜପୁର ରୁ ଫେରୋକ୍ରମ ପଥର ଆଣୁଥିଲେ, ଯଦିଓ ଏଥିପାଇଁ ଅଧିକ ପରିବହନ ଖର୍ଚ୍ଚ ଲାଗୁଥିଲା ତାକୁ ସେ ନିଜସ୍ୱ ଟେକନୋଲଜି ରେ ଉତ୍ପାଦନ ଖର୍ଚ୍ଚଜୁ ସିମୀତ ରଖି ବିଶ୍ୱ ବଜାର ଦର ସହିତ ପ୍ରତିଯୋଗିତା ରେ ନିଜସ୍ୱ ଫେରୋ ଆଲୟଜର ମାନ୍ୟତାକୁ ବଜାୟ ରଖିଥିଲେ। ସେ କାଳରେ ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରିବା ଏକ ଦୁଃସାଧ୍ୟ ପଦକ୍ଷେପ ଥିଲା। ବଂଶୀଧର ବାବୁ ହିଁ ପ୍ରଥମେ ଓଡିଶାରେ ଏକ ବୃହତ ଶିଳ୍ପ ପ୍ରତିଷ୍ଠା କରି ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପଥ ପ୍ରଦର୍ଶକ ହୋଇଥିଲେ, ସେଥିପାଇଁ ତାଙ୍କୁ ଶିଳ୍ପ ଜଗତର ପିତାମହଭୀଷ୍ମ କୁହାଯାଏ। ଏହି ଫେରୋ ଆଲୟସ ଯୋଗୁଁ ବିଦେଶରେ ଓଡିଶାକୁ ବହୁ ରାଷ୍ଟ୍ର ଜାଣନ୍ତି। ତାଙ୍କ ସଂପର୍କରେ ଲେଖିବାକୁ ଅନେକ କଥା ଅଛି, ଏତେ ବଡ ବ୍ୟକ୍ତିତ୍ୱ ହେଲେ ମଧ୍ୟ କେବେହେଲେ ମାନବିକତାକୁ ଭୁଲି ନାହାନ୍ତି। ଯେତେବେଳେ ଯେଉଁଠି ରାଜ୍ୟରେ ପ୍ରାକୃତିକ ବିପର୍ଯାୟ ଦେଖା ଦେଇଛି ସେତେବେଳେ ନିଜ ବିମାନରେ ନିଜେ ଖାଦ୍ୟ ପୁଡିଆ ନେଇ ଆକାଶ ମାର୍ଗରୁ ଓ ମୋଟରରେ ଖାଦ୍ୟ ପଦାର୍ଥ ଏପରିକି ଡିବିରୀ କିରୋସିନି ନେଇ ବନ୍ୟା ବାତ୍ୟାରେ ଲୋକଙ୍କ ପାଖେ ପହଞ୍ଚିଛନ୍ତି। ବନ୍ୟାରେ ଚୌଦ୍ୱାର କଳିଙ୍ଗ ଟ୍ୟୁବ୍ସ ଠାରେ ଚୁଡା ଚାଉଳ ଖାଦ୍ୟ ପୁଡିଆ ନେଇ ବାରବାଟୀ ପଡିଆରୁ ହେଲିକେପ୍ଟର ଜରିଆରେ ରାଧାନାଥ ବାବୁଙ୍କୁ ସାଙ୍ଗରେ ଧରି ଦଳେଇଘାଇ ଓ ଜଗତସିଂହପୁର ଅଞ୍ଚଳରେ ଖାଦ୍ୟ ପୁଡିଆ ବାଣ୍ଟିଛନ୍ତି। କେହି ବିପଦରେ ଅସହାୟ ଅବସ୍ଥାରେ ଦୁରା ରୋଗ୍ୟରେ ପଡି ସାହାଯ୍ୟ ପାଇଁ ଏବଂ ଅର୍ଥାଭାବରୁ ପାଠ ପଢିପାରୁ ନାହିଁ ତାଙ୍କ ପାଖୁ ସାହାଯ୍ୟ ପାଇଁ ଯାଇଛି, ଉଭୟ ବଂଶୀଧର ଓ ଇଲା ପଣ୍ଡା କାହାକୁ କେବେ ଖାଲିହାତରେ ଫେରାଇ ନାହାନ୍ତି, ମୋ ଜାଣିବାରେ ରାଧାନାଥ ବାବୁ ଯେତେବେଳେ ଯେଉଁ ରୋଗୀ ହେଉ ବା ପାଠପଢି ବାକୁ ଅର୍ଥ ସାହାଯ୍ୟ ପାଇଁ ବଂଶୀଧର ବାବୁଙ୍କ ପାଖୁ ପଠାଇଛନ୍ତି ସେ କାହାକୁ କେବେ ନିରାଶ କରିନାହାନ୍ତି, ତାଙ୍କର ସେହି ଗୁଣକୁ ତାଙ୍କର ଦୁଇ ପୁଅ ବୈଜୟନ୍ତ ଓ ଶୁଭ୍ରକାନ୍ତ ଆଜି ପର୍ଯ୍ୟନ୍ତ ବଜାୟ ରଖିଛନ୍ତି, ତାଙ୍କର ସପରିବାର ଉଚ୍ଚଶିକ୍ଷିତ, ସେଦିନ ବଂଶୀଧର ବାବୁଙ୍କ ମଧୁବନରେ ଶେଷକୃତ୍ୟ ବେଳେ ବହୁ ଗ୍ରାମବାସୀ ଆମକୁ ଆଉ କିଏ ଆମ ବିପଦରେ ସହାୟ ହେବ ବୋଲି.କହି ଲୁହ ଗଡଉଥିଲେ, ଏପରି ଜଣେ ଅସାଧାରଣ ବ୍ୟକ୍ତିତ୍ୱକୁ ଖାଲି ଉତ୍କଳ ଶିଳ୍ପ ଜଗତର ପିତାମହଭୀଷ୍ମ କାହିଁ କି ଉତ୍କଳ ରତ୍ନ କହିଲେ ଅତ୍ୟୁକ୍ତି ହେବନାହିଁ। ସେ ଅନେକ ପ୍ରତିଭାର ଅଧୀକାରୀ ଖାଲି ଶିଳ୍ପ କାହିଁ କି କଳା, ସଂସ୍କୃତି, ସାହିତ୍ୟ, ଖେଳ ଆଦିରେ ବିଶେଷ ଅନୁରାଗ ଥିଲା, ଏ ସବୁର ପ୍ରୋତ୍ସାହନ ପାଇଁ ଗୋଟିଏ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ ସର୍ବଦା ହସ ହସ ମୁଖ ଏବଂ ଜଗନ୍ନାଥ ମହାପ୍ରଭୁ ଙ୍କର ପରମ ଭକ୍ତ ଥିଲେ। ଶେଷରେ ସେଇ ପରଂବ୍ରହ୍ମରେ ଲୀନ ହୋଇଗଲେ। ଜୀବନ କାଳରେ ବ୍ୟବସାୟରେ ଅନେକ ତାଙ୍କ ସହ ଶତ୍ରୁତା ଓ ବିରୋଧ ମଧ୍ୟ କରିଛନ୍ତି, ସବୁ ସମସ୍ୟା କୁ ନମ୍ରତାର ସହ ସହି ସଂଘର୍ଷ ମଧ୍ୟ କରିଛନ୍ତି, କିନ୍ତୁ କେବେ କାହା ବିରୁଦ୍ଧରେ ପଛରେ ତାକୁ ଗାଳି ମନ୍ଦ କରିନାହାନ୍ତି ତାଙ୍କଠାରୁ ଧୈର୍ଯ୍ୟ ଓ ଶିଖିବାର ଅନେକ କଥା ଅଛି।

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Leave a Reply

Your email address will not be published. Required fields are marked *