ଜିଲ୍ଲା ପରିକ୍ରମା

ବହୁବିଧ ସମସ୍ୟା ନେଇ ସାଳନ୍ଦୀ ନଗର ନାଗରିକ ପରିଷଦ ଜିଲାପାଳଙ୍କୁ ଭେଟିଲା

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସହରର ଚାନ୍ଦବାଲି ବାଇପାସ୍ସ୍ଥିତ ସାଳନ୍ଦୀ ନଗର ଅଧିବାସୀମାନେ “ସାଳନ୍ଦୀ ନଗର ନାଗରିକ ପରିଷଦ” ପକ୍ଷରୁ ଆଜି ସେମାନଙ୍କ ଅଂଚଳର ବହୁବିଧ ସମସ୍ୟା ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପରିଷଦର ସଦସ୍ୟମାନଙ୍କ ମଧ୍ୟରେ ଅଭୟ କୁମାର ପଣ୍ଡା, ଦୋଳଗୋବିନ୍ଦ ନାୟକ, ନିରୋଦ ଭୂଷଣ ରାୟ, ବ୍ରଜକିଶୋର ନାୟକ, ଗୋପୀନାଥ ରାୟ, ବିଜୟ କୁମାର ସାମଲ, ମହେଶ୍ୱର ଜେନା, ଶାନ୍ତିଲତା ମଣ୍ଡଳ, ଅଂଜନ କୁମାର ବଳ, ଅଭୟ ଦ୍ୱିବେଦୀ, ସନ୍ତୋଷ କୁମାର ନାୟକ, ଗୋପାଳ ପ୍ରସାଦ ନାୟକ, ପାର୍ଥସାରଥୀ ବିଶ୍ୱାଳ, ସୂର୍ଯ୍ୟନାରାୟଣ ମହାନ୍ତି, ନୃସିଂହ ମିଶ୍ର, ଅରୁଣ ମଲ୍ଲିକ ପ୍ରମୁଖ ବହୁ ଅଧିବାସୀ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ସାଳନ୍ଦୀ ନଗରଟି ଚାନ୍ଦବାଲି ବାଇପାସ୍ ଠାରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପର୍ଯ୍ୟନ୍ତ ରାସ୍ତାର ଦୁଇପାଶ୍ୱର୍ରେ ଥିବା ସ୍ଥାୟୀ ବାସିନ୍ଦାଙ୍କୁ ନେଇ ଗଠିତ। ଏହା ଭଦ୍ରକ ପୌରାଞ୍ଚଳ ୬, ୧୬ ଓ ୧୭ ନମ୍ବର ୱାର୍ଡ ମଧ୍ୟରେ ଯାଉଅଛି। ଏଠାରେ ବସବାସ କରୁଥିବା ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ ପରିବାର ସେମାନଙ୍କ ଅଂଚଳର ଜଳ ନିଷ୍କାସନ, ଗମନାଗମନ, ସୁଲଭ ଶୌଚାଳୟ ଓ ସ୍ୱାସ୍ଥ୍ୟସେବାରୁ ବଂଚିତ ହୋଇ ବହୁ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି। ଏଗୁଡିକର ସ୍ଥାୟୀ ପ୍ରତିକାର ନିମିତ୍ତ ସେମାନେ ବିଭିନ୍ନ ସମୟରେ ନଗରପାଳଙ୍କ ଠାରୁ ଆରମ୍ଭ କରି ଆରକ୍ଷୀ ଅଧୀକ୍ଷକ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇ ଆସୁଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ। ବିଶେଷକରି ଏହି ଅଂଚଳର ଅବସ୍ଥିତି ଭଦ୍ରକ-ଚାନ୍ଦବାଲି ରାସ୍ତାର ଉଭୟ ପାଶ୍ୱର୍ରେ ହୋଇଥିବାରୁ ବର୍ଷାଦିନେ ପାଣି ନିଷ୍କାସନ ହୋଇପାରୁନାହିଁ। ସାଳନ୍ଦୀ କେନାଲ ଡିଭିଜନ ପକ୍ଷରୁ କରାଯାଉଥିବା ସ୍ଥାୟୀ ପାଣି ନିଷ୍କାସନ, ନାଳର ଅବସ୍ଥା ଏବେ କହିଲେ ନସରେ। ତାହା କୌଣସି ସ୍ଥାୟୀ ପାଣିନାଳକୁ ସଂଯୋଗ କରାଯାଇନଥିବାରୁ ଏବଂ ତା ଉପରେ ଢାଙ୍କୁଣୀ ନଥିବାରୁ ପାଣି ଜମି ରହିବା ସହ ମଶା ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇ ଦୁର୍ଗନ୍ଧଜନିତ ଜଳବାୟୁ ପ୍ରଦୂଷିତ ହେଉଛି। ପ୍ରାୟ ୫ ବର୍ଷ ଧରି ଏହି କାର୍ଯ୍ୟ କରାଯାଇଥିଲେ ମଧ୍ୟ ଉକ୍ତ ନାଳର ରକ୍ଷଣାବେକ୍ଷଣ ହେଉନଥିବାରୁ ଏହା ପୋତି ହେବାକୁ ବସିଲାଣି। ଛପୁଲିଆ ଠାରୁ ସାଳନ୍ଦୀ ନଦୀକୁ ସଂଯୋଗ କରାଯାଇଥିବା ଜଳ ନିଷ୍କାସନ ପଥକୁ ଅବରୋଧ କରାଯାଇଥିବାରୁ ବର୍ଷାପାଣି ଉକ୍ତ ପଥ ଦେଇ ଯାଇପାରୁନାହିଁ। ତାହାର ପୁନରୁଦ୍ଧାରର ଆବଶ୍ୟକତା ରହିଛି। ଅନୁରୂପ ଏବେ ଭଦ୍ରକ-ଚାନ୍ଦବାଲି ରାସ୍ତାର ପ୍ରଶସ୍ତିକରଣ ଓ ସୁଦୃଢୀକରଣ କାର୍ଯ୍ୟ ଚାଲୁଥିବାବେଳେ ରାସ୍ତାର ଉଭୟପାଶ୍ୱର୍ରେ ଗଭୀର ପାଣି ନିଷ୍କାସନ ନାଳ ତିଆରି କରି ତାକୁ ସ୍ଥାୟୀ ଡ୍ରେନ୍ (୨ନଂ ଓ ୩ନଂ ପୋଲ) କୁ ସଂଯୋଗ କଲେ ଜଳ ନିଷ୍କାସନର ସ୍ଥାୟୀ ସମାଧାନ ହୋଇପାରନ୍ତା। ଏହି ରାସ୍ତାପାଶ୍ୱର୍ରେ ସାଳନ୍ଦୀ କେନାଲ ଡିଭିଜନ, ଉଦ୍ୟାନ କୃଷି ବିଭାଗ, କୃଷି ବିଭାଗ, ଗ୍ରାମାଞ୍ଚଳ ଥାନା, ୟୁନାନୀ ହସ୍ପିଟାଲ, ଜିଲା ଭିଜିଲାନ୍ସ କାର୍ଯ୍ୟାଳୟ ଓ ଆରଏମ୍ସି ସମେତ ଗୋଟିଏ ପ୍ରାଥମିକ ଶିକ୍ଷା କେନ୍ଦ୍ର ରହିଅଛି। ଏହି ରାସ୍ତାରେ ଦୈନିକ ପ୍ରାୟ ଶତାଧିକ ଭାରିଯାନ ସହ ମଧ୍ୟମ ଓ ଲଘୁଯାନ ଚଳାଚଳ କରୁଅଛି। ଏଠାରେ ଟ୍ରେକ୍ର ଓ ବସ୍ ଗୁଡିକ ରାସ୍ତାର ଦୁଇପାଶ୍ୱର୍ରେ ରହିବା ଫଳରେ ତାହା ସଂକୀର୍ଣ୍ଣ ହେବା ଦ୍ୱାରା ଟ୍ରାଫିକ ଜନିତ ସମସ୍ୟା ସୃଷ୍ଟି ହୋଇ ଦୁର୍ଘଟଣା ଜନିତ ବହୁ ଧନଜୀବନ ହାନି ଘଟିଲାଣି। ଏଣୁ ଟ୍ରେକର ଷ୍ଟାଣ୍ଡ ଓ ବସ୍ଷ୍ଟାଣ୍ଡକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ସହ ଏଠାରେ ଅଧିକାଂଶ ବ୍ୟାଙ୍କ ସେବା, ବ୍ୟବସାୟସ୍ଥଳୀ, ଡାକ୍ତରଖାନା, ଘରୋଇ କଲେଜ ଥିବାରୁ ଏକ ସୁଲଭ ଶୌଚାଳୟ ନିର୍ମାଣର ଆବଶ୍ୟକତା ରହିଛି। ପଚା ନାଳପାଣି ଜମି ରହିବା କାରଣରୁ ମଶାଙ୍କର ପ୍ରାର୍ଦୁଭାବ ବୃଦ୍ଧି ପାଇ ସ୍ୱାସ୍ଥ୍ୟହାନିର କାରଣ ଘଟୁଥିବାରୁ ମଶା ନିବାରଣ ଦିଗରେ ନଗରପାଳ ଦୃଷ୍ଟି ଦେବାକୁ ମଧ୍ୟ ଏହି ଅଭିଯୋଗରେ ଦର୍ଶାଯାଇଛି। ଏହି ଛକରେ ଉତ୍କଳର ବରପୁତ୍ର ତଥା ‘ବନ୍ଦେ ଉତ୍କଳ ଜନନୀ’ ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଆବଦ୍ଧ ପ୍ରତିମୂର୍ତ୍ତି ରାସ୍ତାର ଗୋଟିଏ ପାଶ୍ୱର୍ରେ ଅବହେଳିତ ଭାବେ ରହିଥିବାରୁ, ତାହାକୁ ରାସ୍ତା ମଝିରେ ପ୍ରତିଷ୍ଠା କରି ତାଙ୍କ ନାମରେ ବାଲେଶ୍ୱରରେ ଥିବା ଫକୀର ମୋହନ ଗୋଲେଇ ଭଳି କାନ୍ତକବି ଗୋଲେଇ ନାମକରଣ ପୂର୍ବକ ଛକର ସୌନ୍ଦର୍ଯ୍ୟକରଣ କରିବା ସହ ଟ୍ରାଫିକ ସମସ୍ୟାର ସମାଧାନ କରିବା ଦିଗରେ ମଧ୍ୟ ଦର୍ଶାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top