ବହୁବିଧ ସମସ୍ୟା ଘେରରେ ଆଠମଲ୍ଲିକ ଏନ୍.ଏ.ସି.ର ୱାର୍ଡ଼ବାସିନ୍ଦା ନଗରମଣ୍ଡଳ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବିପତ୍ର ପ୍ରଦାନ

ଅନୁଗୋଳ, ୧୮/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦର ୱାର୍ଡ଼ବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଆଠମଲ୍ଲିକ ନଗରମଣ୍ଡଳ ବିଜେପି ପକ୍ଷରୁ ୧୧ ଦଫା ଦାବି ସମ୍ବଳିତ ପତ୍ର ଆଠମଲ୍ଲିକ ଏନଏସିର ନିର୍ବାହୀ ଅଧିକାରୀଙ୍କ ଜରିଆରେ ଅନୁଗୋଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରେ ଅନେକ ଉଦବେଗଜନକ ସମସ୍ୟା ଦୈନନ୍ଦିନ ୱାର୍ଡ଼ବାସୀଙ୍କୁ ଅସୁବିଧାରେ ପକାଉଥିଲେ ସୁଦ୍ଧା ପରିଷଦ କର୍ତ୍ତୃପକ୍ଷ ଏବଂ କାଉନସିଲରମାନେ ବ୍ୟକ୍ତିଗତ ସ୍ୱାର୍ଥରେ ମଗ୍ନ ରହି ଲୋକଙ୍କ ସ୍ୱାର୍ଥକୁ ଭୁଲି ଯାଇଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଦଳ ପକ୍ଷରୁ୧୫ ଦିନ ପୂର୍ବରୁ ଉକ୍ତ ସମସ୍ତ ଦାବିଗୁଡ଼ିକ ଉପରେ ପଦକ୍ଷେପ ନେବାକୁ ନିବେଦନ କରାଯାଇଥିଲେ ମଧ୍ୟ କୈାଣସି ସୁଫଳ ନମିଳିବାରୁ ପୁନର୍ବାର ୧୧ଦଫା ବିଶିଷ୍ଟ ଦାବିପତ୍ର ଦିଆଯାଇଛି। ଦାବିଗୁଡ଼ିକ ମଧ୍ୟରେ ଆଠମଲ୍ଲିକ ସହରର ଭୂମିହୀନ ବ୍ୟକ୍ତି ଓ ବସ୍ତିକୁ ଚିହ୍ନଟ କରାଯାଇ ସେମାନଙ୍କୁ ସମ୍ପତିଗତ ଅଧିକାର ପ୍ରଦାନ କରାଯିବା, ଯଦ୍ୱାରା ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ବନ୍ଦ କରାଯିବା, ପ୍ରତ୍ୟେକ ୱାର୍ଡ଼କୁ ବିଷୁଦ୍ଧ ପାନୀୟ ଜଳଯୋଗାଣ, ସମସ୍ତ ଅଚଳ ନଳକୂପକୁ କାର୍ଯ୍ୟକ୍ଷମ କରାଯିବା, ଅପହଂଚ ଇଲାକାକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ, ଗମନାଗମନ ପାଇଁ ଭଲ କଂକ୍ରିଟ୍ ରାସ୍ତା ନିର୍ମାଣ ଏବଂ ଅନ୍ୟାନ୍ୟ ରାସ୍ତାର ପୁନରୁଦ୍ଧାର, ବଡ଼ ବନ୍ଧ ଓ ପୋଲିସ ବନ୍ଧ ସହିତ ଡ୍ରେନ୍ ଗୁଡ଼ିକର ସଂଯୋଗୀକରଣ ବନ୍ଦ କରାଯାଇ ବିକଳ୍ପ ବ୍ୟବସ୍ଥା କରାଯିବା, ଖୋଲା ଡ୍ରେନଗୁଡ଼ିକରେ ସ୍ଲାବ ପକାଇ ପାଦଚଲା ରାସ୍ତା ନିର୍ମାଣ, ବିଗତ ଦିନରେ ଶହ ଶହ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇ ଥିବାବେଳେ ଲୋକଙ୍କ ପାଇଁ ନୂତନ ୧ହଜାର ଦୋକାନଘର ଯୁକ୍ତ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ହାଇସ୍କୁଲ ନିକଟସ୍ଥ ପାର୍କର ପୁନରୁଦ୍ଧାର, ୩ନଂ ୱାର୍ଡ଼ର ପୋଷ୍ଟମର୍ଟମ ଘର ଓ ସଲିଡ ୱେଷ୍ଟ ମ୍ୟାନେଜମେଂଟକୁ ନାଳ ବା ନଦୀକୂଳ ଅଂଚଳକୁ ସ୍ଥାନାନ୍ତର, ଚାଷୀକୂଳର ସୁରକ୍ଷା ପାଇଁ ବୃହତ ଜଳପ୍ରକଳ୍ପ ନିର୍ମାଣ, ସହରର ପରିମଳ ବ୍ୟବସ୍ଥାରେ ଉନ୍ନତି, ବସଷ୍ଟାଣ୍ଡ ଶୈାଚାଳୟ ଓ ପରିସ୍ରାଗାରକୁ ପରିଷ୍କାର ରଖାଯିବା ଏବଂ ନୂତନ ଶୈାଚାଳୟ ଓ ପରିସ୍ରାଗାର ନିର୍ମାଣ କରାଯିବା, ଏନ୍.ଏ.ସି ପକ୍ଷରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯିବା ଆଦି ପ୍ରମୁଖ ରହିଛି। ଯଥାଶୀଘ୍ର ଦାବିଗୁଡ଼ିକ ଉପରେ ଉଚିତ ପଦକ୍ଷେପ ଗ୍ରହଣ କରାନଗଲେ ବିଜେପି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଆଠମଲ୍ଲିକ ନଗରମଣ୍ଡଳ ବିଜେପିର ସଭାପତି ଅବନୀ କୁମାର ପ୍ରଧାନ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭବାନୀ ପ୍ରସାଦ ଜ୍ୟୋତିଷରାୟଙ୍କ ସମେତ ବହୁ ସଂଖ୍ୟାରେ କର୍ମୀ ଏବଂ ୱାର୍ଡ଼ବାସୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *