ଜିଲ୍ଲା ପରିକ୍ରମା

ବହୁବିଧି ସମସ୍ୟାରେ ବଡ଼ଚଣା ଜୁନିଅର ମହିଳା ମହାବିଦ୍ୟାଳୟ

ଯାଜପୁର, ୫/୯(ଓଡିଆ ପୁଅ/ମାନସ ରାଉତ) ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍ର ଏକମାତ୍ର ମହିଳା ମହାବିଦ୍ୟାଳୟ ବଡ଼ଚଣା ସ୍ଥିତ ବଡ଼ଚଣା ଜୁନିଅର ମହିଳା ମହାବିଦ୍ୟାଳୟ। ଭିତ୍ତିମୂମିର ଅଭାବ ସର୍ବନିମ୍ନ ଆବଶ୍ୟକତା ନଥିଲେ ମଧ୍ୟ ଶିକ୍ଷାଦାନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କଟକ, ଢେଙ୍କାନାଳ, ଯାଜପୁରର ୩ ଟି ଜିଲାର ଛାତ୍ରୀମାନେ ଏହି ମହାବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ପୁରାଣ ପ୍ରସିଦ୍ଧ ବାରୁଣାବନ୍ତ ପାହାଡ଼ ପାଦଦେଶରେ ସବୁଜ ଘଞ୍ଚ ବନାନୀ ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ଏହି ମହିଳା ମହାବିଦ୍ୟାଳୟଟି ୧୯୯୦ ମସିହାରେ ପ୍ରତିଷ୍ଟା କରାଯାଇଥିଲା। +୨ କଳା ଓ ବିଜ୍ଞାନରେ ମୋଟ ୩୮୪ ଜଣ ଛାତ୍ରୀ ଅଧ୍ୟୟନ ରତ। ପ୍ରଥମ ବର୍ଷକଳା-୧୨୮, ଦ୍ୱିତୀୟ ବର୍ଷ କଳା-୧୨୮ ଓ ବିଜ୍ଞାନରେ ପ୍ରଥମ ବର୍ଷରେ ୬୪ ଓ ଦ୍ୱିତୀୟ ବର୍ଷରେ ୬୪ ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଗତ ଦିନର ପରୀକ୍ଷା ଫଳକୁ ନେଇ ମହାବିଦ୍ୟାଳୟଟି ବେଶ ଉତ୍ସାହ ଜନକ ବହୁ ଅସୁବିଧା ସତ୍ୱେ ବିଦ୍ୟାଳୟଟି ୨୮ ବର୍ଷଧରି ସଗର୍ବେ ଦଣ୍ଡାୟମାନ। ଦୀର୍ଘ ୨୫ ବର୍ଷ ଧରି ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନେ ଦରମା ପାଇ ନାହାଁନ୍ତି। ଆବଶ୍ୟକୀୟ ଶ୍ରେଣୀ ଗ୍ରୃହ ର ଅଭାବ, ଶୌଚାଳୟ, ଖେଳପଡ଼ିଆ, ପିଇବା ପାଣି, ବିଜ୍ଞାନଗାର, ପାଠାଗାରର ଆବଶ୍ୟକତା। ପୁସ୍ତକର ଅଭାବ ଯୋଗୁ ଶିକ୍ଷାଦାନରେ ଅସୁବିଧା ସୃଷ୍ଟି ହେଉଛି। ତେବେ ଏସବୁ ପାଇଁ ଏହାର ସଭାପତି ତଥା ବଡଚଣା ବିଧାୟକଙ୍କ ସହଯୋଗ ମିଳୁନଥିବା କହିଛନ୍ତି ଅଭିଭାବକ ଏବଂ ବଡଚଣାର ବୁଦ୍ଧିଜିବୀ ମାନେ।

ପ୍ରମୁଖ ସମସ୍ୟା ଗୁଡିକ:

୧. ଛାତ୍ରୀଙ୍କ କମନ ରୁମ୍ ନାହିଁ:- ବିଦ୍ୟାଦାନ ପରେ ଛାତ୍ରୀମାନଙ୍କ ପାଇଁ କମନରୁମ୍ ନଥିବାରୁ ସେମାନେ ଏଣେ ତେଣେ ବସାଉଠା କରିଥାନ୍ତି।
୨-ଅର୍ଦ୍ଧନିର୍ମିତ କୋଠାଘର:- ଯାଜପୁର ସାଂସଦଙ୍କ ଅନୁଦାନ ପାଣ୍ଠିରୁ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କୋଠାଘର ସମ୍ପୁର୍ଣ୍ଣ କରାଯାଇପାରି ନାହିଁ।
୩-ଶୌଚାଳୟ ନାହିଁ:- ମହାବିଦ୍ୟାଳୟର ସର୍ବନିମ୍ନ ଆବଶ୍ୟକତା ଶୌଚାଳୟ ଓ ଜଳ ଯୋଗାଣ ବ୍ୟବସ୍ଥା ନଥିବାରୁ ଛାତ୍ରୀମାନେ ଜଙ୍ଗଲକୁ ପରିଶ୍ରା କରିବାକୁ ଯାଆନ୍ତି। ଜଳ ଯୋଗାଣ ନଥିବାରୁ ଛାତ୍ରୀମାନେ ସାଙ୍ଗରେ ଆଣିଥିବା ପାଣି ବଟଲରେ ନିଜର ଶୋଷ ମେଣ୍ଟାଇଥାନ୍ତି।
୪-ଶ୍ରେଣୀ ଗୃହର ଅଭାବ:- ୩୮୪ ଜଣ ଛାତ୍ରୀମାନଙ୍କ ଅଧ୍ୟୟନ ପାଇଁ ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବାରୁ ପାଠ ପଢାରେ ଅସୁବିଧା ସୃଷ୍ଟି ହେଉଛି।
୫-ଖେଳପଡ଼ିଆ ନାହିଁ:-ମହାବିଦ୍ୟାଳଟି ପାହାଡ଼ର ପାଦ ଦେଶରେ ପ୍ରତିଷ୍ଠା ହୋଇଥିବାରୁ ଖେଳା ଖେଳୀ ପାଇଁ ଅନୁପଯୁକ୍ତ। କଲେଜର ନିଜସ୍ୱ ଖେଳ ପଡ଼ିଆ ନଥିବାରୁ ବାଳିକାମାନେ କ୍ରୀଡ଼ା ପ୍ରତିଭାର ବିକାଶ ହୋଇ ପାରୁ ନାହିଁ। ତଥାପି ନଜସ୍ୱ ପ୍ରଚେଷ୍ଠା ବଳରେ ମହାବିଦ୍ୟାଳୟର ଛାତ୍ରୀମାନେ କ୍ରୀଡ଼ା କ୍ଷେତ୍ରରେ ଜିଲା ଓ ରାଜ୍ୟ ସ୍ତରରେ ନିଜର ସୁନାମ ପ୍ରତିଷ୍ଟା କରିପାରିଛନ୍ତି।
୬-ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନେ ଦୀର୍ଘ ୨୫ ବର୍ଷ ଧରି କାର୍ଯ୍ୟ କରିଥିଲେ ମଧ୍ୟ ଦରମା ପାଇପାରି ନାହାଁନ୍ତି। ସେମାନଙ୍କ ମଧ୍ୟରୁ ୧୯ ଜଣ ବ୍ଳକ୍ ଗ୍ରାଣ୍ଟ ପାଉଥିବା ବେଳେ ୧୫ ଜଣ ବାଦ ପଡ଼ିଛନ୍ତି। ସ୍ୱଳ୍ପ ଦରମାରେ ଦୀର୍ଘଦିନ ଧରି ଶିକ୍ଷାଦାନ କରି ଆସୁଥିବା ଅଧ୍ୟାପକା/ଅଧ୍ୟାପିକା ୧୫ ଜଣ ବାଦ ପଡ଼ିଛନ୍ତି। ସ୍ୱଳ୍ପ ଦରମାରେ ଦୀର୍ଘ ଦିନ ଧରି ଶିକ୍ଷାଦାନ କରି ଆସୁଥିବା ଅଧ୍ୟାପକ/ଅଧ୍ୟାପିକା/କର୍ମଚାରୀମାନେ ନିଜର ଦାୟିତ୍ୱ ସଠିକ୍ ଭାବରେ ତୁଳାଇ ଆସୁଛନ୍ତି।
୭-ବାଉଣ୍ଡରୀ ନାହିଁ-ମହାବିଦ୍ୟାଳୟ ଚର୍ତ୍ତୁପାଶ୍ୱରେ ସୁରକ୍ଷା ପ୍ରାଚୀର ନଥିବାରୁ ବୁଲା ଗୋରୁମାଇମାନଙ୍କର ଅବାଧ ପ୍ରବେଶ ଘଟିବା ସହିତ ରାତିରେ ଅସାମାଜିକ ଯୁବକଙ୍କର ଦ୍ୱରାତ୍ମ ଦେଖିବାକୁ ମଳୁଛି। ଏ ସୁବିଧା ଅସୁବିଧା ସମ୍ପର୍କରେ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଆବଶ୍ୟକୀୟ ଭିତ୍ତିଭୂମି, ସର୍ବନିମ୍ନ ଆବଶ୍ୟକତା ନଥିଲେ ମଧ୍ୟ ମହିଳା ମହାବିଦ୍ୟାଳୟଟି ଶିକ୍ଷାଦାନ କ୍ଷେତ୍ରରେ ବିଶେଷ ପାରଦର୍ଶିତା ହାସଲ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top