ଜିଲ୍ଲା ପରିକ୍ରମା

ବହୁଦରଡା ସଂଯୁକ୍ତ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଶିକ୍ଷକମାନେ ସ୍ନେହୀ, ଛାତ୍ରମାନେ ଭକ୍ତିଭାବାପନ୍ନ ହେବା ଉଚିତ

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ବ୍ଳକ ଅନ୍ତର୍ଗତ ବହୁଦରଡା ସ୍ଥିତ ବହୁଦରଡା ସଂଯୁକ୍ତ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜି ମୁଖ୍ୟ ଅତିଥି ଓଡିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଦୁଇଦିନ ଧରି ପାଳନ ହେବାକୁ ଥିବା ଏହି ଉତ୍ସବରେ ପୁରାତନ ଛାତ୍ର ସଂସଦର ସଭାପତି ତଥା ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଡ. ସନାତନ ପଣ୍ଡା ଆଜିର ଦିନରେ ଅନୁଷ୍ଠିତ ଦୁଇଟି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ। ଆବାହକ ପୂର୍ବତନ ଶିକ୍ଷକ କୃଷ୍ଣଚନ୍ଦ୍ର ସେନାପତି ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ପ୍ରଥମ ଅଧିବେଶନରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସମେତ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଳ ସାମଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଶିକ୍ଷାନୁଷ୍ଠାନ ମଣିଷ ତିଆରି କରେ। ଏହା ଏକ ପବିତ୍ର ସ୍ଥାନ। ଏହାକୁ ମନ୍ଦିର ସହିତ ତୁଳନା କରାଯାଇପାରେ ଯେଉଁ ମନ୍ଦିରର ଶିକ୍ଷକ ଶିକ୍ଷୟତ୍ରୀ ହେଉଛନ୍ତି ଦେବତୁଲ୍ୟ। ଛାତ୍ର ସମାଜ ସେମାନଙ୍କ ପ୍ରତି ଭକ୍ତି ଭାବ ପୋଷଣ କରିବା ଯେତିକି ଆବଶ୍ୟକ, ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କ ପ୍ରତି ସେତିକି ସ୍ନେହୀ ହେବା ଉିଚତ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ଯୁବ ସଂଗଠକ ଅସିତ ପଟ୍ଟନାୟକ, ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ, ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷାଧିକାରୀ ଦୀପକ ପାଢୀ, ବିଶିଷ୍ଟ ସମାଜସେବୀ ରାଧାକାନ୍ତ ସାମଲ, ଭଦ୍ରକ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ଜିଲ୍ଳାପରିଷଦ ସଭ୍ୟ ସରୋଜ ନାୟକ, ବହୁଦରଡା ସରପଞ୍ଚ ମୁକୁନ୍ଦଦେବ ସାମଲ, ସମିତି ସଭ୍ୟ ସବିତା ମହାପାତ୍ର, ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ପୁରାତନ ଛାତ୍ର ବିଜୟ କୁମାର ମିଶ୍ରଙ୍କ ସମ୍ପାଦନାରେ ସୁବର୍ଣ୍ଣ ଜୟନ୍ତୀ ସମାରୋହର ସ୍ମରଣିକା ‘ଜ୍ଞାନଶ୍ରୀ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପୁରାତନ ଶିକ୍ଷକ, ପରିଚାଳନା ସମିତିର ପୂର୍ବତନ ସଭ୍ୟଙ୍କୁ ସମ୍ମାନୀତ କରାଯାଇଥିଲା। ଫାଉଣ୍ଡର ମେମ୍ବର ସ୍ୱର୍ଗତ ଲକ୍ଷ୍ମୀଧର ପାଣିଙ୍କୁ ମରଣୋତ୍ତର ଭାବେ ସମ୍ମାନୀତ କରାଯାଇଥିଲା। ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅପେକ୍ଷା ଓଡିଆ ମାଧ୍ୟମ ବିଦ୍ୟାଳୟ ଆମ ସଂସ୍କୃତିର ପରିଚୟ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ ଲେଖକ ଦାସ୍ ବେନହୁର, ସମ୍ମାୀତ ଅତିଥି ଭାବେ ବ୍ୟଙ୍ଗ କବି ଜ୍ଞାନ ହୋତା, ଶଙ୍କର୍ଷଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷକ ବନଲତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପୁରାତନ ଛାତ୍ର ସଂସଦର ଉପସଭାପତି ବ୍ରଜମୋହନ ମହାନ୍ତି, ସମ୍ପାଦକ କିଶୋର କୁମାର ପଣ୍ଡା, ସହ ସମ୍ପାଦକ ବିଜୟ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top