ଜିଲ୍ଲା ପରିକ୍ରମା

ବହୁଦରଡା ସଂଯୁକ୍ତ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ୟାପିତ ଶିକ୍ଷକମାନେ ବୃତ୍ତିବ୍ରତୀ ନ ହୋଇ କର୍ମବ୍ରତୀ ହେବା ଉଚିତ

ଭଦ୍ରକ, ୩୧ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବହୁଦରଡା ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଚାଲିଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ୟାପିତ ହୋଇ ଯାଇଛି। ଉଦ୍ୟାପନୀ ଉତ୍ସବ ଦୁଇଟି ଅଧିବେଶନରେ ସମ୍ପନ୍ନ ହୋଇଥିଲା। ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଭଦ୍ରକର ମାଟିକୁ ପ୍ରଣାମ କରିବା ସହ ଏ ମାଟି ତ୍ୟାଗ ଓ ବଳିଦାନ ମାଟି। ଏହି ମାଟିର ସୁଯୋଗ୍ୟ ପୁରୁଷ ସ୍ୱର୍ଗତ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ସଂଗୀତ ସମଗ୍ର ଓଡିଆ ଜାତି ପ୍ରାଣରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ ବୋଲି କହିଥିଲେ। ବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେ ଯେଉଁମାନଙ୍କ ଅବଦାନ ରହିଛି ସେମାନେ ସମସ୍ତେ ଚିର ସ୍ମରଣୀୟ। ଛାତ୍ରଛାତ୍ରୀମାନେ ସେହି ତ୍ୟାଗକୁ ଭୁଲି ନ ଯିବାକୁ ପଟ୍ଟନାୟକ ଆହ୍ୱାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ପୂର୍ବତନ ରାଜସ୍ୱମନ୍ତ୍ରୀ ମନମୋହନ ସାମଲ ଯୋଗ ଦେଇ ସରକାରୀ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେଲେ ରାଜ୍ୟର ପ୍ରଗତି ସମ୍ଭବ ହୋଇ ପାରିବ। ଶିକ୍ଷକମାନେ ବୃତ୍ତିବ୍ରତୀ ନ ହୋଇ କର୍ମବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଆଇନଜୀବୀ ଦିବ୍ୟସିଂହ ନାୟକ, ସମାଜସେବୀ ସୁଧାକର ନନ୍ଦ, ପୂର୍ଣ୍ଣଚନ୍ଦ୍ର ସାହୁ, ମୁକୁନ୍ଦ ସାମଲ, ପ୍ରଶାନ୍ତ ରାଉତ, ସୁଜାତା ଯେନା ପ୍ରମୁଖଙ୍କ ସହିତ ବହୁ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇ ମର୍ତ୍ତମାନର ଛାତ୍ରଛାତ୍ରୀଙ୍କ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପୁରାତନ ଛାତ୍ରସଂସଦର ଆବାହକ କୃଷ୍ଣ ଚନ୍ଦ୍ର ସେନାପତି ତତ୍କାଳୀନ ବିଦ୍ୟାଳୟର ଅନୁଭୁତି ବର୍ଣ୍ଣନା କରିଥିଲେ। ପୁରାତନ ଛାତ୍ର ତଥା ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଡ. ସନାତନ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ ନାୟକ ଯୋଗ ଦେଇ ପିଲାମାନେ ସ୍ୱପ୍ନ ଦେଖି ଆଗକୁ ଆଗେଇ ନିଜର ସ୍ୱପ୍ନକୁ ସାକାର କରିବା କ୍ଷେତ୍ରରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଇଂ ଅଭୟ ସୂତାର ଯୋଗ ଦେଇ ପୁରାତନ ଛାତ୍ର ଓ ଅଭିଭାବକମାନେ ବିଦ୍ୟାଳୟର ପରିବେଶକୁ ବଦଳାଇ ପାରିବେ ବୋଲି କହିଥିଲେ। ଅନ୍ୟତମ ଅତିଥି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ, କଟକ ଜିଲ୍ଳା ଶିକ୍ଷାଧିକାରୀ ନିରଞ୍ଜନ ବେହେରା, ଯାଜପୁର ଜିଲ୍ଳା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାଏକ ଯୋଗ ଦେଇ ପୁରାତନ ଛାତ୍ର ସଂସଦର ଏଭଳି ଉଦ୍ୟମକୁ ପ୍ରସଂଶା କରିଥିଲେ। ପୁରାତନ ଛାତ୍ର ତଥା ସାତଭଉଣୀ ହାଇସ୍କୁଲର ସହକାରୀ ଶିକ୍ଷକ ବିଜୟ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ପୁରାତନ ଶିକ୍ଷକ ଅନ୍ତର୍ଯାମୀ ଓଝା, ପିତାମ୍ବର ନାୟକ, ପ୍ରଫୁଲ୍ଲ ପଣ୍ଡା, ସନ୍ତୋଷ ନାୟକ, ପିତାମ୍ବର ନାୟକ, ଉପସଭାପତି ବ୍ରଜମୋହନ ମହାନ୍ତି, ସହସଂପାଦକ ବିଜୟ ନାୟକ, ବଳରାମ ଜେନା, ସୁଧାକର ମହାପାତ୍ର, ମନୋଜ ନାୟକ, ବିଶ୍ୱନାଥ ପଣ୍ଡା, ବାଇଧର ସାମଲ, ମାନସ ସାମଲ, ବାସୁଦେବ ପାଣି, ବଗୁଲା, ଛୁଅପୁଅ ପ୍ରମୁଖ ପରିଚାଳନା କରିଥିଲେ। ସନ୍ଧ୍ୟାର ମନୋରଞ୍ଜନ କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ଧିରେନ ମହାନ୍ତି ଓ ବୁବୁଲି ନାୟକଙ୍କ ସଂଯୋଜନାରେ ଫାଲ୍ଗୁନ ପଣ୍ଡା, ତୁଳସୀ,  ଅଭିଲିପ୍ସା, ଲୋପାମୁଦ୍ରା, ତପସ୍ୱିନୀ, ପାଣିନା, ଟୁଇଙ୍କିଲ ପ୍ରମୁଖ ପରିବେଷଣ କରିଥିଲେ। ସଂସ୍କୃତି ବିଭାଗ ପକ୍ଷରୁ ନୂଆଖାଇ ଭେଟଘାଟ ପରିବେଷଣ ହୋଇଥିବା ବେଳେ ଶାନ୍ତନୁ ପଣ୍ଡାଙ୍କ ରକ୍ଷ୍ଟାର ଡ୍ୟାନସ ଅକାର୍ଷଣୀୟ ହୋଇଥିଲା। ଶେଷରେ ଆତସବାଜୀ ଓ ଅଗ୍ନୁ୍ୟତ୍ସବ ପାଳନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top