ବହଳଦାର ଚାଷୀ ମାନଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୨/୬ (ଓଡ଼ିଆ ପୁଅ) – ଭୁବନେଶ୍ବରସ୍ଥିତ IMAGE ଠାରେ ଚାଲିଥିବା ସଚେତନତା ତାଲିମ ପାଇଁ ଆସିଥିବା ବହଳଦା ବ୍ଲକ୍‌ର ଚାଷୀମାନେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିଥିଲେ। କୃଷକ ସଚେତନତା କାର୍ଯ୍ୟକ୍ରମରେ ଆଜି ମୟୁରଭଂଜ ଜିଲାର ବହଳଦା ବ୍ଳକର ଚାଷୀମାନେ ଭାଗ ନେଇଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ସେମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତଥା ସେମାନଙ୍କ ଅଞ୍ଚଳର ଚାଷବାସ ସଂପର୍କରେ ଆଲୋଚନା କରିଥିଲେ ଏବଂ ବିଭିନ୍ନ ଯୋଜନାର ସଫଳ ବିନିଯୋଗ କରିବାପାଇଁ ପରାମର୍ଶ ଦେଇଥିଲେ। ଆଜି ଆନନ୍ଦପୁରର ୪୭ ଜଣ ଚାଷୀ ଭାଗ ନେଇଥିଲେ ଏବଂ ଏଥିରେ ୧୫ ଜଣ ମହିଳା ଚାଷୀ ଅଛନ୍ତି। ଆଜି ସେମାନେ ଜୈବିକ ଚାଷ, ମତ୍ସ୍ୟ ଚାଷ ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କାର୍ଯ୍ୟକ୍ରମ ସଂପର୍କିତ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ପ୍ରଶିକ୍ଷଣ ପାଇଛନ୍ତି। ସବୁ ବ୍ଲକର ଚାଷୀମାନଙ୍କୁ ପର୍ଯ୍ୟାୟକ୍ରମେ ସଚେତନ କରାଯାଉଛି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଚାଷୀମାନଙ୍କୁ ନବୀନ ନିବାସରେ ନିୟମିତ ଭାବରେ ଭେଟୁଛନ୍ତି।

Leave a Reply

Your email address will not be published. Required fields are marked *