ବସ ଧକ୍କାରେ ବୃଦ୍ଧ ଗୁରୁତର

ଘଟଗାଁ, ୨୮/୦୮(ଓଡିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କେନ୍ଦୁଆପଡା ଗ୍ରାମ ନିକଟରେ ଗ୍ରାମର ଇନ୍ଦ୍ରମଣୀ ମହାନ୍ତ ରାସ୍ତା ପାର ହେଉଥିବା ବେଳେ ଏହି ସମୟରେ ହରିଚନ୍ଦନପୁର ଆଡୁ ଆସୁଥିବା OD09-F-5399 ପ୍ରାଚୀ ନାମକ ଏକ ଘରୋଇ ବସ ତାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଆହାତ ହୋଇଥିଲେ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଏକ ଅଟୋ ସାହାଯ୍ୟରେ ତାଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସାପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ବସଟିକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *